ବୁଧବାର ଆହୁରି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର, ପୋଟ୍ରୋଲରେ ୭ ଓ ଡିଜେଲ ଲିଟର ପିଛା ବଢିଲା ୬ ପଇସା

Published By : Prameya-News7 Bureau | July 03, 2019 IST

ନୂଆଦିଲ୍ଲୀ ୩।୭:  ଜାତୀୟ ତୈଳ କମ୍ପାନୀମାନେ ପୁଣି ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରତି ଲିଟର ଡିଜେଲରେ ୬ ଓ ପେଟ୍ରୋଲ ମୂଲ୍ୟରେ ୭ ପଇସା ବୃଦ୍ଧି କରିଛନ୍ତି। ଫଳରେ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୭୦ଟଙ୍କା ୫୧ ପଇସାରେ ପହଞ୍ଚିଥିବା ବେଳେ ୬ ପଇସା ବୃଦ୍ଧି ସହ ଡିଜେଲ ଲିଟର ପିଛାଦର  ୬୪.୩୩ ପଇସାରେ ବିକ୍ରି ହେଉଛି।

{"id":130084,"width":583,"height":388}

ଏବେ ତୈଳ କମ୍ପାନୀମାନେ ପ୍ରତି ଦିନ ତୈଳ ଦର ସମୀକ୍ଷା କରୁଛନ୍ତି। ଦେଶର ପ୍ରମୁଖ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ  ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସକାଳ ୬ଟାରେ ନୂଆଦର ଲାଗୁକରୁଛନ୍ତି। ସେହି ଅନୁସାରେ ବୁଧବାର କୋଲକାତାରେ ପ୍ରତି ଲିଟର ପେଟ୍ରୋଲ ମୂଲ୍ୟ ୭୨ଟଙ୍କା ୭୫  ପଇସା ଦରରେ ବିକ୍ରୟ ହେଉଥିବା ବେଳେ ଡିଜେଲ ପ୍ରତି ଲିଟର ୬୬ଟଙ୍କା ୨୩ ପଇସାରେ ବିକ୍ରି ହେଉଛି।

{"id":130086}

ସେହିପରି ମୁମ୍ବାଇରେ ନୂଆ ଦରବୃଦ୍ଧି ସହ ପେଟ୍ରୋଲ ଲିଟର ପିଛା ଦର ୭୬ଟଙ୍କା ୧୫ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୬୭ଟଙ୍କା ୪୦ ପଇସା ଦରରେ ବିକ୍ରି ହେଉଛି। ଚେନ୍ନାଇରେ ଏହି ଦର ପେଟ୍ରୋଲ ୭୩ଟଙ୍କା ୧୯ ପଇସା ଓ ଡିଜେଲ ୬୭.୯୬ ପଇସା ଦରରେ ବିକ୍ରି ହେଉଛି। ବୁଧବାର ଭୁବନେଶ୍ୱରରେ ପ୍ରତି ଲିଟର ପେଟ୍ରୋଲ ଦର ୬୯.୫୭ରେ ବିକ୍ରି ହେଉଥିବା ବେଳେ ଡିଜେଲ ୬୯.୦୨ ପଇସା ଦରରେ ବିକ୍ରି ହେଉଛି। ତୈଳ  କମ୍ପାନୀମାନେ ବୈଦେଶିକ ମୁଦ୍ରା ବିନିମୟ ସହପ୍ରତି ଦିନ ଅନ୍ତର୍ଜାତୀୟ ବଜାରରେ ବଦଳୁଥିବା ଅଶୋଧିତ ତୈଳ ବାରଲ ପିଛା ଦର ହାରରେ ଏହି ପରିବର୍ତ୍ତନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.