ଇଣ୍ଡିଆନ୍ ଅଏଲର ଚାଟାର୍ଡ ଟ୍ୟାଙ୍କରରେ ଲାଗିଛି ନିଆଁ: ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | September 04, 2020 IST

ନୂଆଦିଳ୍ଲୀ ୦୪/୦୯: ଶ୍ରୀଲଙ୍କାର ପୂର୍ବତଟରୁ ଭାରତ ମହାସାଗରେ ପ୍ରାୟ ୨ ମିଲିଅନ୍ ବ୍ୟାରେଲ ତେଲ ନେଇ ଯାଉଥିବା ସୁପର ଟ୍ୟାଙ୍କରରେ ଭୀଷଣ ନିଆଁ ଲାଗିଛି। ଏହି ଟ୍ୟାଙ୍କର ଇଣ୍ଡିଆନ ଅଏଲ କର୍ପୋରେସନର। ଏହାର ନାଁ ‘ଦ ନ୍ୟୁ ଡାଇମଣ୍ଡ’ ଓ ଏହା ଏକ ବଡ଼ କ୍ରୂଡ କ୍ୟାରିଅର (ଭିଏଲସିସି)। ଶ୍ରୀଲଙ୍କା ରେସକ୍ୟୁ ଅପରେସନ୍ ପାଇଁ ସେପ୍ଟମ୍ବେର ୩ରେ ଗୋଟିଏ ଏୟାରକ୍ରାଫ୍ଟ ଓ ଦୁଇଟି ନେଭି ଜାହାଜକୁ ପଠାଇଥିଲା। ଶ୍ରୀଲଙ୍କର ନେଭି ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ଏହା ସହ ଏହାର ୨୩ଜଣ କ୍ରିୟୁ ସଦସ୍ୟ ନିଖୋଜ ଅଛନ୍ତି। ଜଣେ ଆହାତ ହୋଇଛନ୍ତି। ନ୍ୟୁ ଡାଏମଣ୍ଡ ବ୍ରିଜ୍ରେ ପ୍ରଥମେ ଚାରିଆଡ଼େ ନିଆଁ ହୁତୁ ହୁତୁ ହୋଇ ଜଳି ଚାରିଆଡ଼େ ବ୍ୟାପି ଯାଇଥିଲା। ଯାହାକୁ ଅଣାୟତ୍ତ କରିବା ଆଦୌ ସହଜ ନ ଥିଲା। ବୋର୍ଡରେ ୨୩ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରେ ଅାହତ ହୋଇଥିବା ଜଣେ ସଦସ୍ୟଙ୍କୁ ଶ୍ରୀଲଙ୍କା ଅଣାଯାଇଛି।

ଶ୍ରୀଲଙ୍କା ଏୟାର ଫେର୍ସେ ଦ୍ବାରା ଏହାର ଫଟୋ ଉତ୍ତୋଳନ ହୋଇଛି। ସେହି ଫଟୋରୁ ହିଁ ଟ୍ୟାଙ୍କର ଫନେଲ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ଜଣାପଡୁଛି। ଏହା ସହ ଘନ କଳା ଧୂଆଁ ଓ ନିଆଁ ବ୍ରିଜରୁ ବାହାରି ଥିବା ଦେଖିବାକୁ ମିଳିଛି।

{"id":324822,"sizeSlug":"large"}

ସରକାରୀ କମ୍ପାନି ଆଇଓସି ପାରାଦୀପରେ ୩୦୦,୦୦୦ ବ୍ୟାରେଲ ପ୍ରତିଦିନ କ୍ଷମତାର ଏକ ରିଫାଇନାରି ଚଳାନ୍ତି। ଏହି ତେଲ ଟ୍ୟାଙ୍କର କୁଏତରେ ମୀନା ଅଲ ଅହମଦୀ ପୋର୍ଟରୁ ଆସୁଥିଲା। ଏହା କୁଏତ ଏକ୍ସପୋର୍ଟ କ୍ରୁଡକୁ ନେଇ ଭାରତ ଯାଉଥିଲା।

ଶ୍ରୀଲଙ୍କର ପ୍ରବକ୍ତା କମାଣ୍ଡର ରଞ୍ଜିତ ରାଜପକ୍ଷେ କହିଛନ୍ତି ପୂର୍ବ ତଟରୁ ୨୦ ନର୍ଟିକଲ ମାଇଲ (ପ୍ରାୟ ୩୭ କିମି) ଦୂର ଟ୍ୟାଙ୍କରରେ ନିଆଁ ଲାଗିଛି। ପ୍ରଥମେ ଟ୍ୟାଙ୍କରର ଲୋକେସନ କଲମ୍ବୋ ନିକଟବର୍ତୀ ଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଶ୍ରୀଲଙ୍କାର ଏୟାରଫୋର୍ସ ଗୋଟିଏ ଅବଜରଭେସନ ଏୟାରକ୍ରାଫ୍ଟ ଓ ଦୁଇଟି ନେଭି ଜାହାଜ ପଠାଇଛି। ଶ୍ରୀଲଙ୍କାର ମରିନ ପ୍ରୋଟେକସନ୍ ଅଥୋରିଟି କହିଛନ୍ତି ଟ୍ୟାଙ୍କରରୁ ତେଲ ଲିକ୍ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଟ୍ୟାଙ୍କରରେ ଥିଲା ୨୭୦.୦୦୦ ଟନ୍ ତେଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.