କୂଳଭୂଷଣ ଯାଦବଙ୍କୁ ଭେଟିଲେ ଭାରତୀୟ ଡେପୁଟି ହାଇ କମିଶନର ଗୌରବ ଆଲୁୱାଲିଆ

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ ୨୯: କୂଳଭୂଷଣଙ୍କୁ ଭେଟିଲେ ଭାରତୀୟ କୂଟନୀତିଜ୍ଞ । ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ଭେଟିଛନ୍ତି ଭାରତୀୟ ଡେପୁଟି ହାଇ କମିଶନର ଗୌରବ ଆହଲୁୱାଲିଆ ।  ଭାରତୀୟ ଅଧିକାରୀ କେବଳ ୨ ଘଣ୍ଟା ପାଇଁ ସାକ୍ଷାତ କରିପାରିବେ ବୋଲି ଅନୁମତି ମିଳିଥିଲା । ତେବେ ଶେଷ ମୂହୁର୍ତ୍ତରେ ଭେଟିବାର ସ୍ଥାନ ପରିବର୍ତ୍ତନ କରିଛି ପାକିସ୍ତାନ । ଏକ ଅଜ୍ଞାତ ସ୍ଥାନରେ କୂଲଭୂଷଣଙ୍କୁ ଭେଟିଛନ୍ତି ଡେପୁଟି ହାଇ କମିଶନର ।

ଏହା ପୂର୍ବରୁ କୁଳଭୂଷଣଙ୍କୁ ସାକ୍ଷାତ କରିବା ପାଇଁ ବୈଦେଶିକ ମନ୍ତ୍ରାଳୟର ମୁଖ୍ୟ ଦପ୍ତରରେ ପହଁଚିଥିଲେ ଗୌରବ ଆହଲୁୱାଲିଆ । ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ ଅନୁସାରେ ଏହି ସାକ୍ଷାତକାର ନିରପେକ୍ଷ, ସ୍ୱତନ୍ତ୍ର ଓ ନିଷ୍ପକ୍ଷ ଭାବେ ସଫଳ ବୋଲି କୁହାଯାଇଛି । କୁଲଭୂଷଣଙ୍କୁ ଦୂତାବାସ ସୁବିଧା ଯୋଗାଇ ଦେବାକୁ ଅନ୍ତର୍ଜାତୀୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଆଇସିଜି ନିର୍ଦ୍ଦେଶାନୁସାରେ ପାକିସ୍ତାନ କୁଲଭୂଷଣଙ୍କୁ ଦୂତାବାସ ସହାୟତା ପ୍ରଦାନ କରିବାକୁ ରାଜି ହୋଇଥିଲା । 

୪୯ ବର୍ଷୀୟ କୁଲଭୂଷଣ ଯାଦବଙ୍କୁ ପାକିସ୍ତାନର ମିଲିଟାରୀ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। କିନ୍ତୁ ଭାରତ ଏହା ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ଅପିଲ କରିବା ପରେ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ କୁଲଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.