Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପାକିସ୍ତାନ ନୁହେଁ, ଏବେ ଭାରତର ପରମାଣୁ କ୍ଷେପଣାସ୍ତ୍ର ଟାର୍ଗେଟ୍‌ରେ ଚୀନ: ରିପୋର୍ଟ

22/07/2020 at 9:17 PM

ଓ୍ଵାଶିଂଟନ ୨୨।୦୭: ଚୀନ ସହିତ ବଢୁଥିବା ତିକ୍ତତା ମଧ୍ୟରେ ଭାରତ ନିଜର ପରମାଣୁ ସୁରକ୍ଷା ରଣନୀତିରେ ବଡ ପରିବର୍ତ୍ତନ କରିଛି। ଏକ ଆମେରିକୀୟ ଥିଙ୍କଟ୍ୟାଙ୍କର ରିପୋର୍ଟ ଅନୁଯାୟୀ, ଭାରତ ନିଜର ପରମାଣୁ ବୋମାର ବିକାଶ ଓ ଏହାର ନିଶାଣର ରଣନୀତିକୁ ପାକିସ୍ତାନରୁ  ହଟାଇ ଚୀନ ଉପରେ ଫୋକସ୍‌ କରିଛି। ଏବେ ଚୀନର ରାଜଧାନୀ ବେଜିଂ ମଧ୍ୟ ଭାରତୀୟ ପରମାଣୁ କ୍ଷେପଣାସ୍ତ୍ରର ପରିଧିକୁ ଆସି ଯାଇଛି। ଏହା ବ୍ୟତୀତ ଭାରତ ଅତି କମରେ ତିନୋଟି ଏମିତି ହତିଆର ନିର୍ମାଣ କରିଛି ଯାହା ଚୀନ ବିରୋଧରେ ବଡ ଶକ୍ତି ପ୍ରଦାନ କରିବ।

ବୁଲେଟିନ୍ ଅଫ ଆଟୋମିକ ସାଇନଟିଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୭ ଡୋକଲାମ ଗତିରୋଧ ପରେ ଭାରତ ନିଜର ପରମାଣୁ ରଣନୀତିକୁ ପାକିସ୍ତାନରୁ ହଟାଇ ବେଜିଂ ଉପରେ କେନ୍ଦ୍ରିତ କରିଛି। ଭାରତ ପୂର୍ବେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନିଜର ସୁରକ୍ଷା ପାଇଁ ପାକିସ୍ତାନ ଉପରେ କେନ୍ଦ୍ରୀଭୂତ କରୁଥିଲା।

ରିପୋର୍ଟ ଅନୁଯାୟୀ ଭାରତ ୧୫୦ରୁ ୨୦୦ ପରମାଣୁ ବୋମା ପ୍ରସ୍ତୁତିରେ ପ୍ରୟୋଗ ହେଉଥିବା ପ୍ଲୁଟୋନିୟମ ଗଚ୍ଛିତ କରି ରଖିଛି। ଭାରତ ପାଖରେ ବର୍ତ୍ତମାନ ୧୫୦ରୁ ଅଧିକ ପରମାଣୁ ବୋମା ରହିଛି।

ଜଳ-ସ୍ଥଳ-ବାୟୁରେ ପରମାଣୁ ହମଲା କରି ପାରିବ ଭାରତ

ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ଭୂପୃଷ୍ଠରୁ ଆକାଶକୁ ଏବଂ  ଜଳରୁ ଭୂପୃଷ୍ଠକୁ ପରମାଣୁ ହମଲା କରିବାକୁ ସକ୍ଷମ। ଭାରତ ଦ୍ରୁତ ଗତିରେ ପରମାଣୁ ଓ୍ଵାରହେଡ୍‌ ନେଇଯିବାକୁ ସକ୍ଷମ ଅନେକ କ୍ଷେପଣାସ୍ତ୍ର ମଧ୍ୟ ନିର୍ମାଣ କରୁଛି। ଏଥିରୁ ଅନେକ କ୍ଷେପଣାସ୍ତ୍ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଭୂପୃଷ୍ଠରୁ ନିକ୍ଷେପ  କରୁଥିବା ଅଗ୍ନି-୬ ମିସାଇଲ ଓ ବୁଡା ଜାହାଜରୁ ନିଶାଣ କରାଯାଇ ପାରୁଥିବା କେ-୫ କ୍ଷେପଣାସ୍ତ୍ର ସାମିଲ।

   Related Posts