Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ନ୍ୟୁଜିଲାଣ୍ଡ ଆତଙ୍କବାଦୀ ଆକ୍ରମଣରେ ଟଳିପଡିଥିଲେ ଭାରତୀୟଙ୍କ ପତ୍ନୀ, ସ୍ବାମୀଙ୍କ ଆଖିରୁ ଶୁଖୁନି ଲୁହ…

18/03/2019 at 7:25 PM

ନୂଆଦିଲ୍ଲୀ ୧୮/୩: ୧୫ମାର୍ଚ୍ଚ ୨୦୧୯ ଦିନଟି ଅତ୍ୟନ୍ତ ଅଶୁଭ ଥିଲା। ନ୍ୟୁଜିଲାଣ୍ଡରେ ଏହି ଦିନ ହୋଇଥିବା ଦୁର୍ବୃତ୍ତ ଆକ୍ରମଣରେ କେତେକ ଭାରତୀୟଙ୍କ ମଧ୍ୟ ଜୀବନ ଯାଇଛି। ଏଥିରୁ ଜଣେ ଥିଲେ ଅଂଶୀ ଅଲିବାବା। କେରଳ ବାସିନ୍ଦା ଅଲିବାବାଙ୍କ ବିବାହ ୨୦୧୭ମସିହାରେ ନଜରଙ୍କ ସହ ହୋଇଥିଲା। ଅଧିକ ଅର୍ଥ ଆଶାରେ ଏହି ଦମ୍ପତ୍ତି ଗତ ବର୍ଷ ନ୍ୟୁଜିଲାଣ୍ଡରେ ଯାଇ ରହିଥିଲେ। ଅଂଶୀ ଅଲିବାବା ଆଗ୍ରି ବିଜନେସ୍ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ମାର୍ଚ୍ଚ ୧୫ତାରିଖ ପରଠୁ ନଜରଙ୍କ ଜୀବନରେ ଅନ୍ଧାର ଛାଇଯାଇଥିଲା। ସେହି ଦିନକୁ ମନେ ପକାଇ ନଜରଙ୍କ ଆଖିରୁ ଲୁହ ରୋକିବାର ନାଁ ନେଉନାହିଁ। ଆତଙ୍କବାଦୀଙ୍କ ଗୁଳିରେ ତାଙ୍କ ସ୍ତ୍ରୀ ଟଳିପଡିଥିଲେ ।  ସେଠାରେ ଥିବା ନଜରଙ୍କ ବନ୍ଧୁଙ୍କ କହିବାନୁସାରେ ଉଭୟଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ।

ନଜର ସେହି ଦିନକୁ ସ୍ମରଣ କରି ଏକ ଇଂରାଜୀ ଓ୍ବେବସାଇଟରେ ନିଜ ଦୁଃଖ ସେୟାର କରିଛନ୍ତି। ନଜରଙ୍କ କହିବାନୁସାରେ ସେଦିନ ଦୁହେଁ ମସଜିଦର ଭିନ୍ନ ଭିନ୍ନ ସ୍ଥାନରେ ଥିଲେ। ଯେତେବେଳେ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ ସେ ବୁଝିପାରିନଥିଲେ ଯେ କିଏ ଗୁଳି ଚଳାଇଛି। ସେ ପ୍ରଥମେ ଭାବିଥିଲେ ଯେ କୈାଣସି ଛୁଆର ବେଲୁନ ଫାଟିଯାଇଛି। ପର ମୁହୂର୍ତ୍ତରେ ଗୁଳିଚାଳନା ଆହୁରି ବଢ଼ିଗଲା। ଲୋକେ ନିଜକୁ ରକ୍ଷା କରିବା ପାଇଁ ପରସ୍ପରର ଉପରେ ଡେଇଁ ଦୈାଡ଼ୁଥିଲେ। ମସଜିଦର ଇମରଜେନସି ଗେଟ୍ ବନ୍ଦ ହୋଇଯାଇଥିଲା। ତାଙ୍କୁ ପାଖରେ ଏକ ଝରକା ଦେଖାଯାଇଥିଲା ସେ ସେହି ଝରକା କାଚକୁ ଭାଙ୍ଗି ଡେଇଁ ପଳାଇଥିଲେ। ତାଙ୍କ ପଛେ ପଛେ ମଧ୍ୟ ଅନ୍ୟ ଲୋକ ସେହି ଝରକା ରାସ୍ତାରେ  ବାହାରକୁ ଯାଇଥିଲେ।

ଏମାନଙ୍କ ମଧ୍ୟରୁ କେତେକ ଲୋକଙ୍କ ଦେହରେ ଗୁଳି ବାଜିଥିଲା ଏବଂ କେତେକଙ୍କ ପୋଷାକରେ ରକ୍ତ ଲାଗିଥିଲା। ସେ କ’ଣ କରିବେ କିଛି ବୁଝିପାରୁନଥିଲେ। ଏହି ଘଟଣାର କିଛି ସମୟ ପରେ ସେହି ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରି ଯାଇଥିଲେ। ମସଜିଦରେ ମହିଳା ଏବଂ ପୁରୁଷଙ୍କ ପାଇଁ ଅଲଗା ଅଲଗା ସ୍ଥାନ ଥିଲା। ନଜର ଅଂଶୀଙ୍କୁ ଖୋଜି ଖୋଜି ସେଠାକୁ ପହଞ୍ଚିଯାଇଥିଲେ ଯେଉଁଠାରେ ନଜର ତାଙ୍କୁ ଶେଷ ଥର ଛାଡ଼ିଥିଲେ। ବହୁତ ଖୋଜିବା ପରେ ସେ ଅଂଶୀଙ୍କୁ ପାଇନଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ବାରମ୍ବାର ସେଠାରୁ ଯିବାକୁ କହୁଥିଲେ। ନଜରଙ୍କ ପାଇଁ ଏହା ସବୁଠୁ ଖରାପ ସମୟ ଥିଲା। ଶନିବାର ଦିନ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଯେତେବେଳେ ସେ ଜାଣିଲେ ଯେ ମସଜିଦରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଂଶୀଙ୍କ ନାଁ ମଧ୍ୟ ରହିଛି।

ନଜର କହିଥିଲେ ‘ଅଂଶୀଙ୍କ ଅନେକ ସ୍ବପ୍ନ ଥିଲା, କିନ୍ତୁ ଏହି ଘଟଣା ସବୁ କିଛି ଚୁରମାର କରି ଦେଇଥିଲା। ଏହା କାହା ସହ କେବେ ନ ହେଉ। ଏହା କହୁ କହୁ ତାଙ୍କ ଆଖିରୁ ଲୁହ ଆସି ଯାଇଥିଲା।

   Related Posts