Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ବାୟୁସେନା ପରେ ନୌସେନା ଏବେ ଅପେକ୍ଷା କରିଛି ଏହି ଘାତକ ହେଲିକପ୍ଟରକୁ, ଜାଣନ୍ତୁ କାହିଁକି ଖାସ୍

29/07/2020 at 10:25 PM

ନୂଆଦିଲ୍ଲୀ ୨୯।୭: ଭାରତୀୟ ବାୟୁସେନାକୁ ବୁଧବାର ରାଫେଲର ପ୍ରଥମ ଡେଲିଭରି ମିଳିଯାଇଛି। ତେବେ ନୌସେନାର ଅପେକ୍ଷା ଏବେବି ସରିନି। ବାୟୁସେନା ପରି ନୌସେନା ମଧ୍ୟ ଏମଏଚ୍-୬୦ ରୋମିଓ ହେଲିକପ୍ଟରକୁ ଅପେକ୍ଷା କରିଛି। ଏହି ହେଲିକପ୍ଟର ମିଳିଲେ ଏୟାରଫୋର୍ସ ଭଳି ନେଭି  ସାମର୍ଥ୍ୟ ମଧ୍ୟ ବୃଦ୍ଧି ହେବ।

ନେଭିକୁ ଏହି ଘାତକ ହେଲିକପ୍ଟର ଦେବା ଲାଗି ଭାରତ ସରକାର ଘୋଷଣା ମଧ୍ୟ କରିଛନ୍ତି। ସେହି ଅନୁସାରେ ହୁଏତ ଆଗାମୀ ବର୍ଷ ଆରମ୍ଭ ବେଳକୁ ନୌସେନାକୁ ଏହି ହେଲିକପ୍ଟରର ଡେଲିଭରି ଆରମ୍ଭ ହୋଇପାରେ। ଏହା ଏକ ଆମେରିକୀୟ ସୈନ୍ୟ ହେଲିକପ୍ଟର। ଲକହିଡ୍ ମାର୍ଟିନ ଏହାର ନିର୍ମାତା। ବିଦେଶୀ ମିଲେଟ୍ରି ସେଲ ମାଧ୍ୟମରେ ଆମେରିକା ଭାରତକୁ ଏହି ହେଲିକପ୍ଟର ଦେବ।

ଭାରତର ସମୁଦ୍ର ସୀମାରେ ନୌସେନାର ଶକ୍ତି ବୃଦ୍ଧି ଲାଗି ଗତ ଫେବୃଆରୀ ମାସରେ ଏଥିଲାଗି ବୁଝାମଣା ହୋଇଥିଲା। ସେହି ଅନୁସାରେ ନୌସେନାକୁ ୨୪ଟି ରୋମିଓ ହେଲିକପ୍ଟର ମିଳିବ। ଏହି ହେଲିକପ୍ଟର ମିଳିଲେ ନେଭି ରାତିରେ ମଧ୍ୟ ଅପରେସନ କରିପାରିବ। ତେବେ ଏହି ହେଲିକପ୍ଟର କେବଳ ସମୁଦ୍ର ଉପରେ ଭାସୁଥିବା ଯୁଦ୍ଧତରୀ ନୁହେଁ ପାଣି ତଳେ ବୁଡିବୁଡି ଚାଲୁଥିବା ସବମେରିନକୁ ମଧ୍ୟ ଆକାଶରୁ ଲକ୍ଷଭେଦ କରିପାରିବ।

ଏମଏଚ-୬୦ ରୋମିଓ ସି ହକ୍‌ ହଲିକପ୍ଟର ଶତ୍ରୁର ଯୁଦ୍ଧ ଜାହାଜକୁ ମଧ୍ୟ ଧ୍ୱଂସ୍ତବିଧ୍ୱଂସ୍ତ କରିପାରିବ। ଏଥିରେ କ୍ଷେପଣାସ୍ତ୍ର ସମେତ ଟରପେଡୋ ଓ ସେନସର ଜ୍ଞାକୌଶଳ ରହିଛି। ଆମେରିକା ଏହି ହେଲିକପ୍ଟରକୁ ଆଣ୍ଟି ସରଫେସ୍ ୱିପନ୍‌ ଭଳି ବ୍ୟବହାର କରୁଛି। ଏଥିରେ ଏଜିଏମ-୧୪୪ ହେଲଫାୟାର, ଆଣ୍ଟି ସରଫେସ୍ ମିଶାଇଲ ଓ ସବମେରିନ୍‌ ଆକ୍ରମଣ ଲାଗି ଏମକେ-୫୦ ଟରପେଡୋ ମଧ୍ୟ ସଜ୍ଜିତ। ଏହା ଛଡା ହେଲିକପ୍ଟରରେ ୭.୬୨ ମେସିନଗନ ମଧ୍ୟ ରହୁଛି।

ଶତ୍ରୁ ଲାଗି କାଳ ବୋଲି ବୁଝା ଯାଉଥିବା ଏହି ହେଲିକପ୍ଟରର ସବୁଠୁ ବଜ କଥା ହେଉଛି ଦିନ ଭଳି ରାତିରେ ମଧ୍ୟ ଅପରେସନ ସଞ୍ଚାଳନ କରିପାରେ। ଏଣୁ ନୌସେନାର ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ଏହା ଏକ ଉପଯୁକ୍ତ ଯୁଦ୍ଧ ଉପକରଣ। ଦୁଇ ପାଇଲଟର ଏହି ହେଲିକପ୍ଟର ଅନ୍ଧାର ରାତିରେ ଶତ୍ରୁକୁ ଚିହ୍ନଟ କରି ଆକ୍ରମଣ କରିବାକୁ ସକ୍ଷମ। ଏତିରେ ୨ ପାଇଲଟଙ୍କ ବ୍ୟତୀତ ୧୦ ଜଣ ସୈନିକ ମଧ୍ୟ ବସି ଯାତ୍ରା କରିପାରିବେ।  

   Related Posts