Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ମହାସାଗରରେ ଶତ୍ରୁର ପ୍ରତିଟି ଚାଲ ଉପରେ ରହିବ ତୀକ୍ଷ୍ଣ ନଜର, ଭାରତୀୟ ନୌସେନା କିଣିବ ୧୦ ସିପବର୍ଣ୍ଣ ଡ୍ରୋନ

14/08/2020 at 7:45 PM

ନୂଆଦିଲ୍ଲୀ ୧୪।୦୮: ଚୀନ ସହିତ ଅନେକ ମାସରୁ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଭାରତ ମହାସାଗରରେ ନିଜର ଯୁଦ୍ଧପୋତର ସଂଖ୍ୟା ବଢାଇବା ପରେ ଏବେ ସମୁଦ୍ରରେ ନିଜର ନୀରିକ୍ଷଣ କ୍ଷମତାକୁ ବଢାଇବା ଉଦ୍ଦେଶ୍ୟରେ ତୁରନ୍ତ ୧୦ ସିପବର୍ଣ୍ଣ ଯୋଗାଇ ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି। ସିପବର୍ଣ୍ଣ ଡ୍ରୋନ ଜରିଆରେ ଭାରତୀୟ ନୌସେନା ଶତ୍ରୁର ପ୍ରତିଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖି ପାରିବ।

ସରକାରୀ ସୂତ୍ର ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ମୁଖରେ ଭାରତୀୟ ନୌସେନା ଦ୍ଵାରା ଫାଷ୍ଟ ଟ୍ରାକ ମୋଡରେ ଏକ ପ୍ରସ୍ତାବ ଅଣାଯାଇଛି। ଏହାରି ଆଧାରରେ ୧୦ ନୌସେନା ସିପବର୍ଣ୍ଣ ମାନବବୀହିନ ଆକାଶ ପ୍ରଣାଳୀ କିଣିବାକୁ ଯୋଜନା କରାଯାଇଛି। ଜୈନକ ଅଧିକାରୀ କହିଛନ୍ତି ନୌସେନାର ଯୋଜନା ଅନୁସାରେ, ଡ୍ରୋନକୁ ବଡ ଆକାରରେ ଯୁଦ୍ଧପୋତରେ ମୁତୟନ କରାଯିବ। ଏଥିରେ ନୌସେନାକୁ ଚୀନ ଓ ଭାରତୀୟ ପ୍ରାଦେଶିକ ଜଳରେ ଏବଂ ଆଖପାଖ ଅନ୍ୟ ଗତିବିଧି ଉପରେ ନଜର ରଖିବାରେ ବେଶ ସହାୟକ ହେବ।

ଯୋଜନା ଅନୁଯାୟୀ ନୌସେନା ପାଇଁ ଏହି ସବୁ ଡ୍ରୋନ ବିନା ଟେଣ୍ଡରରେ ଅଣାଯିବ। ଭାରତୀୟ ନୌସେନା ଆମେରିକାରୁ ସି ଗାର୍ଡିୟନ ଡ୍ରୋନର ଅଧିଗ୍ରହଣ କରିବା ପାଇଁ ଅଲଗା ଭାବେ ଏକ ପ୍ରକଳ୍ପ ଉପରେ କାମ କରୁଛି, ଯାହା ଜରିଆରେ ଭାରତ ନିଜର ନୀରିକ୍ଷଣ କ୍ଷମତାକୁ ମେଡାଗାସ୍କରଠୁ ନେଇ ମଲକ୍କା ଜଳ ଡମରୁ ମଧ୍ୟ ପର୍ଯ୍ୟନ୍ତ ଆଗକୁ ବଢାଇ ପାରିବ।

   Related Posts