ବନ୍ଦେ ଭାରତ ମିଶନ: ମାଳଦ୍ୱୀପରୁ କୋଚିରେ ଆସି ପହଁଚିଲେ ୬୯୮ ଭାରତୀୟ ନାଗରିକ

Published By : Prameya-News7 Bureau | May 10, 2020 IST

କୋଚି, ୧୦|୦୫:    ମାଳଦ୍ୱୀପରୁ ୬୯୮ ଜଣ ଭାରତୀୟ ନାଗରକିଙ୍କୁ ଧରି ନୌସେନା ଜାହାଜ ଆଇଏନଏସ ଜଳାଶ୍ୱ କୋଚି ବନ୍ଦରରେ ଆସି ପହଁଚିଛି । ଏହାସହ ଲକଡାଉନ୍ ପାଇଁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କୁ ସବୁଠାରୁ ବଡ ମିଶନ ସଫଳ ହୋଇଛି ।

ପୋର୍ଟ ଟ୍ରଷ୍ଟ୍ ଏକ ବୟାନରେ କହିଛି ଯେ, ମାଳଦ୍ୱୀପରୁ ୬୯୮ ଜଣ ଭାରତୀୟ ନାଗରିକ ଆଜି ସକାଳେ ନୌସେନା ଜାହାଜରେ ଆସି ପହଁଚିଛନ୍ତି । ଏଥିରେ ୫୯୫ଜଣ ପୁରୁଷ ଥିବା ବେଳେ ୧୦୩ଜଣ ମହିଳା ରହିଛନ୍ତି । ଏହାସହ ୧୦ ବର୍ଷରୁ କମ ବୟସର ପ୍ରାୟ ୧୪ ଜଣ ରହିଛନ୍ତି । ଏପରିକି ପ୍ରାୟ ୧୯ଜଣ ଗର୍ଭବତୀ ମହିଳା ରହିଛନ୍ତି । ଅଧିକାଂଶ ଯାତ୍ରୀ କେରଳ ଓ ତାମିଲନାଡୁ ରହିଥିବା ବେଳେ ୧୮ଟି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନାଗରିକ ମଧ୍ୟ ରହିଛନ୍ତି ।

ପୋଲିସ ଡିଜି ବିଜୟ ସଖାରେ କହିଛନ୍ତି ଯେ, ନାଗରିକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । କେବଳ କେରଳର ୪୪୦ଜଣ ଥିବା ବେଳେ ଅନ୍ୟ ରାଜ୍ୟର ମଧ୍ୟ କିଛି ଲୋକ ରହିଛନ୍ତି ।

ଜଣେ ଅଧିକାରୀ କହିଛନ୍ତି ଯେ, ଟର୍ମିନାଲ ମଧ୍ୟରେ ସମସ୍ତ ସୁରକ୍ଷା ସରଞ୍ଜାମ କରାଯାଇଛି । ଏଠାରେ ବିଏସଏନଏଲର ସିମ୍ ବଣ୍ଟାଯିବା ସହ ଯାତ୍ରୀଙ୍କ ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରାଯାଇଛି । ଏପରିକି ନିଶୁଳ୍କ ଓ୍ୱାଇଫାଇ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ଆମ୍ବୁଲାନ୍ସ, ବସ ଓ ଟାକ୍ସିରେ ଯାତ୍ରୀଙ୍କୁ ହସ୍ପିଟାଲ ଓ କ୍ୱାରେଣ୍ଟାଇନ୍ ସେଣ୍ଟର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ପୋଲିସ ଓ ସ୍ୱାସ୍ଥ୍ଯ ବିଭାଗ ଏହା ଉପରେ ନଜର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.