ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ଜୁଲାଇରେ ମିଳିବ ଘାତକ ହେଲିକପ୍ଟର ରୋମିଓ, ଜାଣନ୍ତୁ କଣ ରହିଛି ବିଶେଷତ୍ବ

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୭/୬: ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ । ପ୍ରାୟ ୧୦ ବର୍ଷର ଲକ୍ଷ୍ୟ ଏବେ ସାକାର ହେବାକୁ ଯାଉଛି। ବହୁ ଶକ୍ତିଶାଳୀ ହେଲିକପ୍ଟର ‘ରୋମିଓ’ ଭାରତୀୟ ନୈସେନାରେ ସାମିଲ ହେବ। ମିଳିଥିବା ସୂଚନା ଅନୁସାରେ ଜୁଲାଇ ମାସରେ ଆମେରିକା ଭାରତୀୟ ନୌସେନାକୁ ଏମଏଚ-୬୦ ରୋମିଓ ହେଲିକପ୍ଟରର ପ୍ରଥମ କିସ୍ତି ଦେବ। ହେଲିକପ୍ଟର ସମ୍ବନ୍ଧୀୟ ଜରୁରୀ ଟ୍ରେନିଂ ପାଇଁ  ନୌସେନା ପାଇଲଟ୍‌ ଆମେରିକାରେ ପହଞ୍ଚିସାରିଛନ୍ତି।

ଭାରତ ଏବଂ ଆମେରିକା ମଧ୍ୟରେ ଏମଏଚ-୬୦ ରୋମିଓ ହେଲିକପ୍ଟର ପାଇଁ ୧୬ ହଜାର କୋଟି ଟଙ୍କାର ଡିଲ୍‌ ହୋଇଥିଲା। ଏହି ଚୁକ୍ତି ୨୦୨୦ରେ ହୋଇଥିଲା। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ, ଭାରତୀୟ ପାଇଲଟ୍‌ର ଏକ ବ୍ୟାଚ୍‌ ଟ୍ରେନିଂ ପାଇଁ ୟୁଏସ୍‌ରେ ପହଞ୍ଚିଛନ୍ତି। ଜୁଲାଇରେ ଭାରତକୁ ୩ ହେଲିକପ୍ଟର ମିଳିବ।  ପ୍ରଥମେ ଫ୍ଲୋରିଡାରେ ଟ୍ରେନିଂ ନେବେ ଭାରତୀୟ ପାଇଲଟ୍‌ ଏବଂ ପରେ କାଲିଫର୍ଣ୍ଣିଆର ସୈନ ଡିଆଗୋ ଯିବେ।

ହେଲିକପ୍ଟରର ବିଶେଷତ୍ବ ସମ୍ପର୍କରେ କହିଲେ ଏହା ବିପରୀତ ପରିସ୍ଥିତରେ ମଧ୍ୟ ଶତ୍ରୁର ବିନାଶ କରିବାରେ ମାହିର। ହେଲିକପ୍ଟରରେ ମଲ୍ଟି-ମୋଡ୍‌ ରାଡର ଖଞ୍ଜାଯାଇଛି। ରାତିରେ ଉଡ଼ିପାରିବାର କ୍ଷମତା ରଖିଛି ରୋମିଓ। ଏଥିରେ ହେଲଫାୟର ମିସାଇଲ୍‌, ଟାରପିଡୋ ଏବଂ ଅନ୍ୟ ଘାତକ ଅସ୍ତ୍ର ବି ରହିବ। ସମୁଦ୍ରରେ ଉଦ୍ଧାରକାର୍ଯ୍ୟ କରିବାରେ ରୋମିଓ ଏକ୍ସପର୍ଟ। କୌଣସି ପ୍ରକାର ସବମରିନ୍‌ ଏବଂ ଯୁଦ୍ଧ ଜାହଜକୁ ଚକମା ଦେବାରେ ରୋମିଓ ଏକଦମ ଫିଟ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.