ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା: ଶକ୍ତି ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ ୨୦/୧୦ : ଭାରତୀୟ ନୌସେନା ରବିବାର ଦିନ ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କୄଜ ମିସାଇଲର ସଫଳ ପରୀକ୍ଷଣ କରିଛି। ନୌସେନା ଆରବ ସାଗରରେ ଯୁଦ୍ଧ ଜାହାଜ ଆଇଏନଏସ୍‌ ଚେନ୍ନାଇରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା। ତେବେ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ବେଳେ ଟାର୍ଗେଟ୍‌ରେ ପହଞ୍ଚିବାରେ ସଫଳ ହୋଇଛି। ଆରବ ସାଗରରେ ଏକ ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରିଛି ବ୍ରହ୍ମୋସ୍‌। ଏନେଇ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌( ଡିଆରଡିଓ) ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ନୌସେନା ଏହି ପରୀକ୍ଷଣର ଏକ ଭିଡିଓ ସେୟାର କରିଛି। ଏହି ଭିଡିଓ ଦେଖିଲି ବ୍ରହ୍ମୋସର ଶକ୍ତି ଓ ସାମର୍ଥ୍ୟ ଅନ୍ଦାଜା କରିହେବ।

{"id":347594,"sizeSlug":"large"}

ରବିବାର ଦିନ ହୋଇଥିବା ପରୀକ୍ଷଣରେ ବ୍ରହ୍ମୋସ୍ ମିସାଇଲ୍ ସଠିକତାରର ସହ ନିଜ ଲକ୍ଷ୍ୟ ଭେଦ କରିଥିଲା। ଏହାଦ୍ୱାରା ନୌସେନାର ଶକ୍ତି କେତେ ଗୁଣ ବୃଦ୍ଧି ପାଇଛି। ଏହି ଆଣ୍ଟି ଶିପ୍ ମିସାଇଲକୁ ଯୁଦ୍ଧ ଜାହାଜରେ ସୁରକ୍ଷା ପାଇଁ ଲଗାଯିବ। ଏହା ଅଧିକ ଦୂରତା ସମ୍ପନ୍ନ ଘାତକ ମିସାଇଲ। ଆଇଏନଏସ ଚେନ୍ନାଇ ସ୍ବଦେଶୀ କ୍ଷେପଣାସ୍ତ୍ର।

{"id":347601,"sizeSlug":"large"}

ସେପ୍ଟେମ୍ବର ୩୦ ତାରିଖରେ ଭାରତୀୟ ନୌସେନା ସୁପରସୋନିକ କୄଜ୍ ମିସାଇଲ୍ ବ୍ରହ୍ମୋସର ଅନ୍ୟ ଏକ ସଂସ୍କରଣର ପରୀକ୍ଷଣ ମଧ୍ୟ କରିସାରିଛି। ବ୍ରହ୍ମୋସ୍ ଏତେ ଶକ୍ତିଶାଳୀ ଯେ ବିମାନବାହକ ପୋତ ମଧ୍ୟ କ୍ଷଣକେ ଧ୍ବଂସ କରିପାରିବ। ଆକ୍ରମଣାତ୍ମକ ହେବା ସହ ଏହା ବହୁତ କ୍ଷମତା ସମ୍ପନ୍ନ ମଧ୍ୟ। ଏହି ମିସାଇଲ ଧ୍ୱନି ଗତିରେ ପାଖାପାଖି ୩ ଗୁଣ ଅଧିକ ଦ୍ରୁତ ଗତିରେ ଲକ୍ଷ୍ୟ ଭେଦ କରିପାରେ।

wp:core-embed/twitter {"url":"https://twitter.com/indiannavy/status/1318197913021947905","type":"rich","providerNameSlug":"twitter","className":""}
https://twitter.com/indiannavy/status/1318197913021947905
/wp:core-embed/twitter

ବ୍ରହ୍ମୋସ୍ ଟୁ ଷ୍ଟେଜ ମିସାଇଲ୍। ଏହାର ପ୍ରଥମ ଷ୍ଟେଜ ବା ସ୍ଥରରେ ସଲିଡ଼୍ ପ୍ରୋପେଲେଣ୍ଟ ବୁଷ୍ଟର୍ ଇଞ୍ଜିନ୍ ଲାଗିଛି ଯାହା ଏହାକୁ ସୁପରସୋ୍ନିକ ସ୍ପିଡ଼ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.