Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଚୀନ୍ ଉପରେ ଚାପ ସୃଷ୍ଟି ଲାଗି ତୃତୀୟ ବିମାନବାହୀ ପୋତ ନିମନ୍ତେ ଯୋଜନା କରୁଛି ନୌସେନା

29/07/2020 at 4:33 PM

ନୂଆଦିଲ୍ଲୀ ୨୯।୭: କୋଭିଡ-୧୯ ଯୋଗୁ  ଭାରତୀୟ ନୌସେନାରେ ଦ୍ୱିତୀୟ ବିମାନବାହୀ ପୋତ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହିଁ।  ହୁଏତ ଏଥିଲାଗି ଆଉ କିଛି ସମୟ  ଅପେକ୍ଷା କରିବାକୁ ପଡିପାରେ। ତେବେ ଉପୁଜିଥିବା ପରିସ୍ଥିତିରେ ନୌସେନା ତୃତୀୟ ପୋତ ସାଙ୍ଗକୁ ୨ଟି ନୂଆ ଫାଇଟର ସ୍କ୍ୱାଡ୍ରନର ଯୋଜନା କରୁଥିବା ଜଣାପଡିଛି।  

ଏବେ ଇଣ୍ଡିଆନ ଓସନ ରିଜିୟନ (ଆଇଓଆର)ରେ ଚୀନ୍‌କୁ ସଂକୁଚିତ କରିବା ନୌସେନାର ମୁଖ୍ୟ ଉଦ୍ଦେଶ୍ୟ। ଦକ୍ଷିଣ ଚୀନ୍‌ ସାଗରରେ ଆମେରିକାର ଉପସ୍ଥିତି ଏବେ ଚୀନ୍‌ ଅସନ୍ତୋଷର କାରଣ ପାଲଟିଛି। ଏଥିଲାଗି ଚୀନ୍‌ ଯେଉଁ ବିମାନ ବାହକ ପୋତ ନିୟୋଜିତ କରିଛି ତାହା ଦିନକୁ ୫୦୦ ନଟିକାଲ ମାଇଲ ପଇଁତରା ମାରୁଛି। ହେଲେ ଏଥିରେ ଆକ୍ରମକ ବିମାନବାହୀ ପୋତ ଭଳି ସେଭଳି କୌଣସି ବିଶେଷତା ନାହିଁ। ଏହାର ଜବାବରେ ବେଜିଂକୁ ସତର୍କ କରାଇବା ଲାଗି ଆଇଓଆରରେ ଭାରତୀୟ ନୌସେନା ଯେଉଁ ସବୁ ଯୁଦ୍ଧତରୀ ଓ ବୁଡାଜାହଦ ମୁତୟନ ହୋଇଛନ୍ତି ଏ ଗୁଡିକ ନିଶ୍ଚିତରୂପେ ଚୀନ୍‌ ଠାରୁ ଢେର ଶକ୍ତିଶାଳୀ ଓ ଅତ୍ୟାଧୁନି କୁହାଯାଇପାରେ।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ନୌସେନା ଲାଗି କୋଚିନ ସିପୟାର୍ଡରେ ନିର୍ମାଣାଧୀନ ୪୦ ହଜାର ଟନ୍‌ର  ପ୍ରଥମ ସ୍ୱଦେଶୀ ବିମାନବାହକ ପୋତ (ଆଇଏସିଆଇ-୧)ର ବେସିନ୍‌ ଟ୍ରାଏଲ ଏବେ ମହାମାରୀ ଯୋଗୁ ଅଟକି ଯାଇଛି। ଏହି ପୋତ  ପରୀକ୍ଷଣ ନିମନ୍ତେ ୨୦୦୩ ମସିହାରେ ତତ୍କାଳୀନ ସରକାର ଅନୁମତି ପ୍ରଦାନ କରିଥିଲେ। ସେହି ଅନୁସାରେ ଅନେକବାର ସାମୁଦ୍ରିକ ପରୀକ୍ଷଣ ସରିଥିବା ବେଳେ ନିକଟରେ ନୌସେନାରେ ସାମିଲ ହେବାର ଥିଲା। ହେଲେ ଏହା ଏବେ ବିଳମ୍ବିତ ହେଉଛି।

ଆଇଏସିଆଇ-୧ର ନିର୍ମାଣ ଲାଗି ୨୨ହଜାର ୫୯୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଏତିକି ଖର୍ଚ୍ଚରେ ଚୀନ୍‌ର ୨ଟି ନୂଆ ବିମାନବାହୀ ପୋତ ସାଙ୍ଗକୁ ଆଉ ଦୁଇଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଥାନ୍ତା। ନୌସେନା ଲାଗି ଭାରତ ୨୦୫୦ ସୁଦ୍ଧା ୧୦ଟି ବିମାନବାହକ ନିମନ୍ତେ ଯୋଜନା କରିଛି। ତେବେ ଆଗାମୀ କିଛି ବର୍ଷରେ ଚୀନ ଆଇଓଆରରେ ମାଲାକଡିଲେମାର ସୁରକ୍ଷା ଲାଗି କ୍ୟାରିୟର ଷ୍ଟ୍ରାଇକ୍‌ ଗ୍ରୁପ(ସିଏସଜି) ମୁତୟନ କରିବାକୁ ଯୋଜନା କରୁଥିବା ଜଣାପଡିଛି। ଏଣୁ ନୌସେନା ଏବେ ତୃତୀୟ ବିମାନ ବାହକ ନିମନ୍ତେ ଯୋଜନା କରୁଥିବା ବେଳେ ଏଥିଲାଗି ୧୦୧୫ ମସିହାରୁ ଅନୁମତି ମିଳିସାରିଛି।

   Related Posts