ପରମାଣୁ କ୍ଷମତାସମ୍ପନ୍ନ ୬ଟି ସବ୍‌ମେରିନ୍ ନିର୍ମାଣ କରିବ ଭାରତ

Published By : Prameya-News7 Bureau | December 29, 2019 IST

ନୂଆଦିଲ୍ଲୀ, ୨୯|୧୨:  ହିନ୍ଦ୍ ମହାସାଗରରେ ଚୀନ୍‌ ନିଜର କ୍ଷମତା ବଢାଇବାର ଲାଗିଛି । ଚୀନର ଶକ୍ତି ବୃଦ୍ଧି ହୁଏତ ଆଗାମୀ ସମୟରେ ଭାରତ ଲାଗି ଚ୍ୟାଲେଞ୍ଚ ହୋଇପାରେ ,ଏହା ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଭାରତ ନିଜକୁ ଦୃଢ କରିବାକୁ ଯୋଜନା ହାତକୁନେଇଛି। ଭାରତୀୟ ନୌସେନା ଜଳରେ ପରମାଣୁ ଆକ୍ରମଣକୁ ନଜରରେ ରଖି ଏକ ନୌଭେଳା ଗଠନ ଲାଗି ବିଚାର କରୁଛି । ନୌସେନା ନିଜ ସାମୁଦ୍ରିକ ଅଞ୍ଚଳରେ  ଶକ୍ତି ବୃଦ୍ଧି ବାବଦରେ ଏକ ତଥ୍ୟ ସଂସଦୀୟ ପ୍ୟାନେଲକୁ ପ୍ରଦାନ କରିଛି।

{"id":204319,"width":568,"height":307,"sizeSlug":"large"}

ପ୍ରତିରକ୍ଷା ମାମଲାର ଷ୍ଟାଣ୍ଡିଂ କମିଟି ସଂସଦର ଶୀତ ଅଧିବେଶନରେ ଏକ ରିପୋର୍ଟ ପ୍ରଦାନ କରିଥିଲା । ରିପୋର୍ଟ ମୁତାବକ ନୌସେନାର ୧୮ଟି ପରମ୍ପରାଗତ ଓ ୬ଟି ପରମାଣୁ କ୍ଷମତାସମ୍ପନ୍ନ ସବ୍‌ମେରିନ୍ ନିର୍ମାଣ କରିବାକୁ ଯୋଜନା କରିଛି । କିନ୍ତୁ ବର୍ତ୍ତମାନ ନୌସେନା ନିକଟରେ ୧୫ଟି ଓ ଗୋଟିଏ ପରମାଣୁ କ୍ଷମତା ସମ୍ପନ୍ନ ସବ୍‌ମେରିନ୍ ଅଛି।

{"id":204320,"sizeSlug":"large"}

ଭାରତୀୟ ନୌସେନାରେ ଆରିହନ୍ତ ଶ୍ରେଣୀର ସବ୍‌ମେରିନ୍‌ (SSBN) ସହ ପରମାଣୁ ଆକ୍ରମଣ କ୍ଷମତା ରଖିଥିବା ୬ଟି ସବ୍‌ମେରିନ୍ ନିର୍ମାଣ ପାଇଁ ଯୋଜନା କରୁଛି ଭାରତ । ସମସ୍ତ ସବ୍‌ମେରିନ୍‌ରୁ ମିସାଇଲ ଉତକ୍ଷେପଣ କରାଯାଇ ପାରିବ।  ସବ୍‌ମେରିନ ସ୍ୱଦଶୀ ଜ୍ଞାନକୌଶଳ ଓ ଘରୋଇ କ୍ଷେତ୍ରର ସହଯୋଗୀତାରେ ନିର୍ମାଣ ହେବ। ପରମାଣୁ ସେକ୍ସନ କ୍ଷେତ୍ରରେ ଭାରତ ଓ ରୁଷ ମିଶି INS ଚକ୍ର ଶ୍ରେଣୀର ନିର୍ମାଣ ମଧ୍ୟ କରିବେ।

{"id":204324,"sizeSlug":"large"}

ସଂସଦୀୟ କମିଟିକୁ ନୌସେନା ଦେଇଥିବା ସୂଚନା ଅନୁସାରେ ଗତ ୧୫ବର୍ଷରେ ମାତ୍ର ୨ଟି ନୂତନ ପାରମ୍ପରିକ ସବ୍‌ମେରିନ୍ ନିର୍ମିତ ହୋଇପାରିଛି। ଏଗୁଡିକ ଆଇଏନଏସ୍ କାଲଭାରୀ ଓ ଖଣ୍ଡେରୀ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ନୌସେନାର ୧୩ଟି ବୁଡାଜାହାଜ ୧୭ରୁ ୩୧ ବର୍ଷ ପୁରୁଣା। ନୂଆକରି ନିର୍ମାଣ ହେବାକୁ ଥିବା ବୁଡାଜାହାଜକୁ ବେସରକରୀ ସଂସ୍ଥା ସହ ସହଯୋଗିତାରେ ପ୍ରସ୍ତୁତ କରାଯିବ। ଏଥିରେ ବିଦେଶୀ ଉପକରଣ ନିର୍ମାଣ କରୁଥିବା କମ୍ପାନୀ ମଧ୍ୟ ସାମିଲ ହେବେ।

{"id":204322,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.