ଭାରତୀୟ ନୌସେନାକୁ ଆଉ ଏକ P-81ଯୁଦ୍ଧ ବିମାନ ଦେଲେ ବୋଇଂ, ଏହାକୁ ମିସାଇ ଏପର୍ଯ୍ୟନ୍ତ ମିଳିଲାଣି ୧୦ଟି

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩।୭: ଆମେରିକା ଏରୋସ୍ପେସ୍‌ ଉତ୍ପାଦନକାରୀ କମ୍ପାନୀ ବୋଇଂ ଭାରତୀୟ ନୌସେନାଙ୍କୁ ଆଉ ଏକ ବୁଡାଜାହାଜ ନିରୋଧୀ ପି-୮୧ ଯୁଦ୍ଧବିମାନ ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ନୌସେନା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ୨୦୦୯ ମସିହାରେ ଭାରତ ସରକାର ନୌସେନା ଲାଗି ବୋଇଂ ସହ ପ୍ରଥମେ ୮ଟି ବୁଡାଜାହାଜ ନିରୋଧୀ ଯୁଦ୍ଧବିମାନ ଲାଗି ଚୁକ୍ତି କରିଥିଲେ। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୬ ମସିହାରେ ଆଉ ଅଧିକ ୪ଟି ବିମାନ ଲାଗି ପୁଣି ଥରେ ରାଜିନାମା ହୋଇଥିଲା।

{"id":479968,"width":837,"height":466,"sizeSlug":"large","linkDestination":"none"}

 ଦ୍ୱିତୀୟ ଚୁକ୍ତିନାମା ଅନୁସାରେ ନୌସେନାକୁ ଗତ ନଭେମ୍ବର ମାସରେ ନବମ ପି-୮୧ ବିମାନର ଡେଲିଭରୀ ମିଳିଥିଲା।  ଦ୍ୱିତୀୟଟି ଏବେ ମିଳିଛି। ଏହି ଯୁଦ୍ଧବିମାନଗୁଡିକୁ ସାମୁଦ୍ରିକ ଅନୁସନ୍ଧାନ ଓ ବୁଡ଼ାଜାହାଜ ନିରୋଧୀ ଯୁଦ୍ଧ କ୍ଷମତା ବ୍ୟତୀତ ବିପର୍ଯ୍ୟୟ ପରିଚାଳନା ଏବଂ ମାନବୀୟ ମିସନରେ ମଧ୍ୟ ନିୟୋଜିତ କରାଯାଇପାରୁଛି। ୨୦୧୩ ମସିହାରୁ ଭାରତୀୟ ନୌସେନାରେ ପି-୮୧ ବିମାନ ସାମିଲ ହୋଇଛନ୍ତି। ସେବେଠାରୁ ଏପର୍ଯ୍ୟନ୍ତ ଏହି ବିମାନଗୁଡିକ ୩୦ହଜାର ଘଣ୍ଟାରୁ ଅଧିକ ସମୟ ସେବା ଯୋଗାଇଦେଇଛନ୍ତି।

{"id":479970,"width":838,"height":552,"sizeSlug":"large","linkDestination":"none"}

ନୌସେନାର ପି-୮୧ ସ୍କ୍ୱାଡ୍ରନର ପାଇଲଟ ଓ ଚାଳକ ଦଳ ସଦସ୍ୟଙ୍କୁ ବୋଇଂ ପ୍ରଶିକ୍ଷଣ ପ୍ରଦାନ ସମେତ ସ୍ପେୟାର ପାର୍ଟସ୍, ଗ୍ରାଉଣ୍ଡ ସପୋର୍ଟ ଉପକରଣ, ଫିଲ୍ଡ ସର୍ଭିସ ସପୋର୍ଟ  ମଧ୍ୟ ଯୋଗାଇ ଦେଉଥିବା ବିବୃତ୍ତିରେ ସୂଚନା ଦିଆଯାଇଛି। ସର୍ବନିମ୍ନ ସାମ୍ଭବ୍ୟ ମୂଲ୍ୟରେ ବୋଇଂ ଭାରତୀୟ ନୌସେନାଙ୍କୁ ଉଚ୍ଚମାନର ସମନ୍ୱିତ ଲଜିଷ୍ଟିକ ସପୋର୍ଟ ଦେଉଥିବା ଏଥରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.