ଚୀନର ସ୍ପାଏ ଜାହାଜକୁ ଘଉଡାଇଲା ଭାରତୀୟ ନୌସେନା

Published By : Prameya-News7 Bureau | December 03, 2019 IST

ନୂଆଦିଲ୍ଲୀ ୦୩।୧୨ - ଚୀନର ସ୍ପାଏ ଜାହାଜକୁ ଘଉଡାଇଲା ନୌସେନା । ପୋର୍ଟ ବ୍ଲେୟର ନିକଟରେ ସନ୍ଦିଗ୍ଧ ଭାବେ ବୁଲୁଥିବା ଚୀନର ସ୍ପାଏ ଜାହାଜକୁ ହଟାଇ ଦେଇଛି ଭାରତୀୟ ନୌସେନା । ଚୀନ ସ୍ପାଏ ଜାହାଜ 'ସି ୟାନ-1' ପୋର୍ଟ ବ୍ଲେୟର ନିକଟରେ ଭାରତୀୟ ମହାସାଗର ଅଞ୍ଚଳରେ ଚାଲିଥିବା ଗତିବିଧିକୁ ଲକ୍ଷ୍ୟ କରୁଥିବା ନେଇ ଭାରତୀୟ ନୌସେନା ଖବର ପାଇଥିଲା ।

ଏହାପରେ ସେଠାକୁ ଯୁଦ୍ଧ ଜାହାଜ ପଠାଯାଇଥିଲା । ଚାଇନା ସ୍ପାଏ ଜାହାଜକୁ ଠାବ କରିବା ପରେ ତୁରନ୍ତ ଯାଗା ଛାଡି ଚାଲିଯାଇବା ପାଇଁ ସଙ୍କେତ ଦେଇଥିଲା ଭାରତୀୟ ନୌସେନା । ପରେ ଚୀନ ସ୍ପାଏ ଜାହାଜ ଚୀନ ଆଡକୁ ଚାଲିଯାଇଥିଲା । ଗତ କିଛି ଦିନ ଧରି ଭାରତୀୟ ମହାସାଗର ଅଞ୍ଚଳରେ ଚୀନର ୭ଟି ଯୁଦ୍ଧ ଜାହାଜ ପଇଁତରା ମାରୁଥିବା ଜଣାପଡିଛି । ଏହାପରେ ଭାରତୀୟ ନୌବାହିନୀ ତୀକ୍ଷ୍ଣ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.