ଭାରତ ମହାସାଗରରେ ଚୀନ୍‌କୁ ଘେରିବାକୁ ପ୍ରସ୍ତୁତ ହେଲା ରଣନୀତି, ଡ୍ରାଗନ୍‌କୁ ଦିଆଯିବ ମୁହଁ ତୋଡ଼ ଜବାବ

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ, ୦୧/୦୩: ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍‌ ମଧ୍ୟରେ ମେ ମାସ ୨୦୨୦ରୁ ଜାରି ରହିଥିବା ତିକ୍ତତାକୁ ଶେଷ କରିବା ପାଇଁ ଆଗକୁ ବଢ଼ି ଚାଲିଛନ୍ତି ଦୁଇ ଦେଶ । ପିପୁଲ୍ସ ଲିବରେସନ୍‌ ଆର୍ମୀର ଯବାନ୍‌ ଲଦାଖ ସୀମାର ବିବାଦୀୟ ଅଞ୍ଚଳରୁ ପଛକୁ ହଟି ଯାଇଛନ୍ତି । ହେଲେ ଏହାପରେ ମଧ୍ୟ ଭାରତ ଚୀନ୍‌ ଉପରେ ଭରଷା କରିବାକୁ ଚାହୁଁନଥିବା ଦେଖିବାକୁ ମିଳିଛି । ଲାଇନ୍‌ ଅଫ୍‌ ଆକ୍ଚ୍ୟୁଆଲ୍‌ କଣ୍ଟ୍ରୋଲ୍‌ ଉପରୁ ତିକ୍ତତା ଟିକେ କମିଥିବା ବେଳେ ଏବେ ଭାରତୀୟ ନୌବାହିନୀ ମହାସାଗରରେ ସତର୍କ ହୋଇଛି ।

ପୂର୍ବଦିନଗୁଡ଼ିକରେ ଭାରତ ମହାସାଗର ଅଞ୍ଚଳ ଅର୍ଥାତ ଆଇଓଆର୍‌ରେ ଭାରତୀୟ ନୈସେନା ସବୁଠାରୁ ବଡ଼ ଯୁଦ୍ଧାଭ୍ୟାସକୁ ପୂରଣ କରିଛି । ଏହି ଯୁଦ୍ଧାଭ୍ୟାସକୁ ଟ୍ରପେକ୍ସ ନାମ ଦିଆଯାଇଛି ଏବଂ ଏହାକୁ ନୈସେନାର ସବୁଠାରୁ ବଡ଼ ଅଭ୍ୟାସ ବୋଲି କୁହାଯାଉଛି । ଏହାର ଉଦ୍ଦେଶ୍ୟ ପ୍ରତ୍ୟେକ ସମୟରେ ଚୀନ୍‌ର କୈଣସି ବି କାରସାଦି ପାଇଁ ତତ୍ପର ରହିବା ବୋଲି ଜଣାପଡ଼ିଛି ।

ଟ୍ରପେକ୍ସ ଆର୍ଥାତ Theatre Level Operational Readiness Exercise (TROPEX) ଏହି ଅଭ୍ୟାସର ଆୟୋଜନ ପ୍ରତ୍ୟେକ ବର୍ଷ ହୋଇଥାଏ । ଫେବୃଆରୀର ଶେଷ ସପ୍ତାହରେ ଟ୍ରପେକ୍ସ-୨୧ର ଆୟୋଜନ କରାଯାଇଛି । ଚୀନ୍‌ ଲଗାତାର ଭାରତ ମହାସାଗର ଅଞ୍ଚଳରେ ପ୍ରବେଶ ଉଦ୍ୟମ କରିଆସୁଛି । ଏହି ଅଭ୍ୟାସ ଜରିଆରେ ପିଏଲ୍‌ଏ ନେଭି ସାମୁଦ୍ରିକ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଥିବା ଦର୍ଶାଇଛି । ଏହି ଅଭ୍ୟାସ ପ୍ରତି ବର୍ଷ ଜାନୁଆରୀରୁ ଏପ୍ରିଲ୍‌ ମାସ ମଧ୍ୟରେ ହୋଇଥାଏ ।

ଏଥିରେ ସେନାର ରଣନୀତି ପ୍ରସ୍ତୁତ ହେବା ସହିତ ସ୍ଥଳସେନା, ବାୟୁ ସେନା ଏବଂ କୋଷ୍ଟ ଗାର୍ଡ ମଧ୍ୟ ସାମିଲ୍‌ ହେଇଥାନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.