ଚୀନର ଗୁଇନ୍ଦା ଜାହାଜକୁ ଘଉଡାଇଲା ନୌସେନା

Published By : Prameya-News7 Bureau | December 03, 2019 IST

ନୂଆଦିଲ୍ଲୀ ୦୩।୧୨: ପୋର୍ଟ ବ୍ଲେୟର ନିକଟରେ ସନ୍ଦିଗ୍ଧ ଭାବେ ବୁଲୁଥିବା ଚୀନର ଗୁଇନ୍ଦା ଜାହାଜକୁ ହଟାଇ ଦେଇଛି ଭାରତୀୟ ନୌସେନା । ଚୀନର ଗୁଇନ୍ଦା ଜାହାଜ 'ସି ୟାନ-୧'  ପୋର୍ଟ ବ୍ଲେୟର ନିକଟରେ ଭାରତୀୟ ମହାସାଗର ଅଞ୍ଚଳରେ ଚାଲିଥିବା ଗତିବିଧିକୁ ଲକ୍ଷ୍ୟ କରୁଥିବା ନେଇ ଭାରତୀୟ ନୌସେନା ଖବର ପାଇବା ପରେ ସେଠାକୁ ଯୁଦ୍ଧ ଜାହାଜ ପଠାଯାଇଥିଲା । ଚାଇନା ଗୁଇନ୍ଦା ଜାହାଜକୁ ଠାବ କରିବା ପରେ ତୁରନ୍ତ  ସ୍ଥାନ ଛାଡି ଚାଲିଯାଇବା ପାଇଁ ସଙ୍କେତ ଦେଇଥିଲା ଭାରତୀୟ ନୌସେନା । ପରେ ଚୀନ ସ୍ପାଏ ଜାହାଜ ଚାଇନା ଆଡକୁ ଚାଲିଯାଇଥିଲା । ଗତ କିଛି ଦିନ ଧରି ଭାରତୀୟ ମହାସାଗର ଅଞ୍ଚଳରେ ଚୀନର ୭ଟି ଯୁଦ୍ଧ ଜାହାଜ ପଇଁତରା ମାରୁଥିବା ଜଣାପଡିଛି । ଏହାପରେ ଭାରତୀୟ ନୌବାହିନୀ ତୀକ୍ଷ୍ଣ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.