ଆଜି ଭାରତୀୟ ନୌସେନା ଦିବସ
4/12/2018 at 11:55 AM

ନୂଆଦିଲ୍ଲୀ ୦୪|୧୨: ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ତାରିଖକୁ ନୌସେନା ଦିବସ ଭାବରେ ପାଳନ କରାଯାଏ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଅଦମ୍ୟ ସାହସ ଦେଖାଇଥିଲେ । ପାକିସ୍ତାନର ଅଚାନକ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ୍ ଟ୍ରାଇଡେଣ୍ଟ । କରାଚୀରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଥିଲା । କରାଚୀ ଉପକୂଳରେ ଥିବା ପାକିସ୍ତାନୀ ଜାହାଜ ଉପରେ ଆକ୍ରମଣ କରିଥିଲା ଭାରତୀୟ ଯୁଦ୍ଧ ଜାହାଜ । ଏଥିରେ ପାକିସ୍ତାନର ଅନେକ ଜାହାଜ ଧ୍ବଂସ ହୋଇ ଯାଇଥିଲା । କରାଚୀ ତେଲ ଡିପୋ ୭ଦିନ ଧରି ଜଳିଥିଲା ।