Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ହନିଟ୍ରାପ୍ ଭୟ :ନୌସେନା ବେସ୍‌ରେ ସୋସିଆଲ ମିଡିଆ ମନା ,ନୋ ସ୍ମାର୍ଟଫୋନ୍

31/12/2019 at 10:20 AM

ଚୀନ ଏବଂ ପାକିସ୍ତାନର ଗୁଇନ୍ଦାମାନେ ଅନଲାଇନ୍ ଗୋପନୀୟ ସୂଚନା ନ ଜଣାପଡ଼ିବା ପାଇଁ ମିଲିଟ୍ରି ନିର୍ଦେଶ ଅନୁସାରେ ନାଭି ନିଜର ସମସ୍ତ କର୍ମଚାରୀଙ୍କ ଫେସବୁକ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛି। ଏହା ସହିତ ତାଙ୍କୁ ନାଭି ବେସ୍ ଏବଂ ଡାକୟାର୍ଡ଼ ସହିତ ଯୁଦ୍ଧଜାହାଜରେ ସ୍ମାର୍ଟଫୋନ୍ ନନେଇଯିବାକୁ କହିଥିଲେ। ଏହି ଆଦେଶ ଏହି ମାସ ଆରମ୍ଭରେ ୭ଜଣ ନୌସେନା ଗିରଫ ହେବା ପରେ ଶୁଣାଯାଇଛି।

ଏହି ନୌସେନାଙ୍କୁ ବିଶାଖାପାଟଣା,କର୍ଣ୍ଣାଟକର କାରବାରରୁ ଗିରଫ କରାଯାଇଥିଲା। ଏହା ସହିତ ମୁମ୍ବାଇର ଏକ ଉଡ଼ାଜାହାଜ ଅପରେଟରକୁ ମଧ୍ୟ ଗିରଫ କରାଯାଇଥିଲା। ଏମାନେ ମହିଳାଙ୍କ ହନିଟ୍ରାପରେ ଫସି ପାକିସ୍ତାନକୁ ଗୋପନ ସୂଚନା ଦେଉଥିଲେ।

ନାଭି ହେଡକ୍ବାର୍ଟର ତରଫରୁ ଶୁକ୍ରବାର ଜାରି କରାଯାଇଥିବା ଆଦେଶ ଅନୁସାରେ,ନିକଟରେ ଘଟିଥିବା କିଛି ମାମଲାରେ ଶତ୍ରୁମାନେ ନାଭିର ଲୋକଙ୍କୁ ସୋଶିଆଲ ମିଡିଆରେ ଟାର୍ଗେଟ୍ କରିବାକୁ ଉଦ୍ୟମ କରିଥିଲେ। ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ୍।

ଆଦେଶରେ କୁହାଯାଇଛି ଯେ, ସମସ୍ତ ନାଭି କର୍ମଚାରୀଙ୍କ ପାଇଁ ଫେସବୁକ୍ ବ୍ୟାନ୍ ରହିଛି। ଏହା ସହିତ ନାଭାଲ୍ ବେସ୍,ଡାକୟାର୍ଡ଼,ଅନ ବୋର୍ଡ଼ ଯୁଦ୍ଧ ଜାହାଜରେ ସ୍ମାର୍ଟଫୋନ୍ର ବ୍ୟବହାର ବ୍ୟାନ୍ ହେବ। ଏହା ସହିତ ସୁରକ୍ଷା ଦୃଷ୍ଟିରୁ ମ୍ୟାସେଜିଙ୍ଗ୍ ଆପ୍,ବ୍ଲଗିଙ୍ଗସ୍,ଇ-କମର୍ସ ସାଇଟ୍ସ ଆଦିର ବ୍ୟବହାର ମଧ୍ୟ ବ୍ୟାନ୍ ହେବ।

   Related Posts