ଭାରତୀୟ ନୌସେନା ଓ ଓଡ଼ିଶା ଭେଟେରାନ୍ସ କ୍ଲବର ମିଳିତ ଉଦ୍ୟମରେ ପ୍ରାଚୀ ନଦୀରେ ନୌଯାତ୍ରା ଆୟୋଜନ

Published By : Prameya-News7 Bureau | October 17, 2021 IST

ଭୁବନେଶ୍ବର ୧୭/୧୦ : ଭାରତୀୟ ନୌସେନା ଓ ଓଡ଼ିଶା ଭେଟେରାନ୍ସ କ୍ଲବର ମିଳିତ ଉଦ୍ୟମରେ ପ୍ରାଚୀ ନଦୀରେ ନୌଯାତ୍ରା ଆୟୋଜନ କରାଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ଓ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ଆସନ୍ତା ୧୮.୧୦.୨୧ ତାରିଖ ସୋମବାର ଏବଂ ୧୯.୧୦.୨୧ ତାରିଖ, ମଙ୍ଗଳବାର ଦୁଇଦିନ ଧରି ଏହି ଆୟୋଜନ କରାଯାଇଛି । ନୌସେନାର ସେବା ରହିତ ଯବାନମାନଙ୍କ ଦ୍ୱାରା ଯେମିନି ବୋଟରେ ଏହି ଯାତ୍ରା ଅନୁଷ୍ଠିତ ହେବ । ଯେହେତୁ ସବୁ ଜାଗାରେ ପାଣିର ଅଭାବ ରହିଛି, ଆବଶ୍ୟକ ସ୍ଥଳେ ବୋଟକୁ ଟ୍ରକ ଯୋଗେ ଆଗକୁ ନିଆଯାଇ ପୁଣି ଜଳାଯାତ୍ରା କରାଯିବ । ନୌସେନାର ଗୋଟିଏ ଏକ୍ସଟ ପାର୍ଟି ସାଙ୍ଗରେ ରହିବେ ସେମାନେ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଦେବେ ।

ଏହି ଉଦ୍ୟମରେ ଅତ୍ୟନ୍ତ ପ୍ରୀତ ହୋଇ ପ୍ରାଚୀ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନ ଏଥିରେ ସାମିଲ ହୋଇଛନ୍ତି । ପ୍ରାଚୀ ପରିକ୍ରମା ଚାରିଟେବଲ ଟ୍ରଷ୍ଟ, ପ୍ରାଚୀ ସୁରକ୍ଷା ସମିତି,କାକଟପୁର ଓ ପ୍ରାଚୀ ପ୍ରଜ୍ଞା ପରିଷଦ , କୁରାଙ୍ଗସାସନ ଇତ୍ୟାଦି ଏଥିରେ ସହଯୋଗୀ ଅଛନ୍ତି । ମା ପ୍ରାଚୀ ସରସ୍ଵତୀଙ୍କର ପୁନର୍ବାର ସ୍ୱାବହମାନ କାମନା କରି ସମସ୍ତେ ଉକ୍ତ ଦଳଙ୍କୁ ପ୍ରତ୍ୟେକ ଘାଟ ମାନଙ୍କରେ ସ୍ବାଗତ କରି ବନ୍ଦାପନା କରିବେ । ପ୍ରାଚୀ କୁଳର ସମସ୍ତ ଜନସାଧାରଣ, ସାଧାରଣ ଜନତାଙ୍କୁ ଏହି ଅବସରରେ, ନିଜ ନିଜ ଅଂଚଳରେ ଉର୍ଦ୍ଧିଷ୍ଟ କାର୍ଯ୍ୟସୁଚୀ ଅନୁସାରେ ନଦୀ ଘାଟମାନଙ୍କରେ ଏକତ୍ରିତ ହୋଇ ପ୍ରାଚୀର ବନ୍ଦାପନା କରିବାକୁ ଅନୁରୋଧ କରାଯାଉଛି।   

{"id":528649,"width":756,"height":854,"sizeSlug":"full","linkDestination":"none"}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.