Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଟିକଟକ୍‌କୁ ଚ୍ୟାଲେଞ୍ଜ୍ ଦେବ ଭାରତୀୟ ଆପ୍ ମିଟ୍ରନ୍ ! ୫୦ ଲକ୍ଷ ଥର ହେଲାଣି ଡାଉନଲୋଡ୍

28/05/2020 at 4:00 PM

ନୂଆଦିଲ୍ଲୀ, ୨୮|୦୫:  ୟୁଟ୍ୟୁବ୍ ଓ ଟିକଟିକ୍ ମଧ୍ୟ ବିବାଦ ଲାଗି ରହିଛି । ଉଭୟ ପ୍ଲାଟଫର୍ମର ୟୁଜର ଉଭୟଙ୍କୁ ସମାଲୋଚନା ସହ ବିରୋଧ ମଧ୍ୟ କରୁଛନ୍ତି । ଗୁଗୁଲ୍ ପ୍ଲେ ଷ୍ଟାରରେ ଟିକଟକ୍‌ର ରେଟିଂ ମଧ୍ୟ ହ୍ରାସ ପାଉଛି । ଏହା ମଧ୍ୟରେ ଭାରତ ଟିକଟକ୍‌କୁ କାଉଣ୍ଟର କରି ମିଟ୍ରନ୍  ଆପ୍ ତିଆରି କରିଛି । ଏହା ଏକ ଭିଡିଓ ଆପ୍ । ତେବେ ଏହି ଆପକୁ ପ୍ଲେଷ୍ଟୋରରେ ପଜିଟିଭ୍ ରେସପନ୍ସ୍ ମିଳିଛି । ୟୁଜର ଏହି ଭିଡିଓ ଆପ୍‌କୁ ପସନ୍ଦ କରିଛନ୍ତି ।

ଟିକଟକ୍‌ର ରେଟିଂ ପ୍ଲେଷ୍ଟୋରରେ ଖସିବାକୁ ଲାଗିଥିଲା । ଏହାର ରେଟିଂ ୧କୁ ଆସିଯାଇଥିଲା । ତେବେ ଗୁଗୁଲ୍ କିଛି ରିଭ୍ୟୁ ହଟାଇବା ପରେ ଏହା ୧.୪ କୁ ବୃଦ୍ଧି ପାଇଥିଲା । ଏହାସହ ଆଣ୍ଟି ଚାଇନା କ୍ୟାମ୍ପେନ୍ ଭାରତରେ ଟିକଟକ୍ ଉପରେ କିଛି ମାତ୍ରାରେ ପ୍ରଭାବ ପକାଇଥିଲା । ଏହା ମଧ୍ୟରେ ଆଇଆଇଟି ରୁରକୀ ଛାତ୍ର ଶିଭଙ୍କ୍ ଅଗ୍ରଓ୍ୱାଲଙ୍କ ଦ୍ୱାରା ତିଆରି କରାଯାଇଥିବା ମିଟ୍ରନ୍ ଆପ୍ ଏବେ ପ୍ଲେଷ୍ଟୋରରେ ଭଲ ମାଇଲେଜ୍ ନେଇଛି । ଏହାକୁ ଏବେସୁଦ୍ଧା ୫ ମିଲିୟନ୍ ବା ୫୦ ଲକ୍ଷ ୟୁଜର ଡାଉନଲୋଡ୍ କରିସାରିଥିବା ବେଳେ ଏହାର ରେଟିଂ ରହିଛି ୪.୭ । ଏହା ଏବେ ଟିକଟିକ୍ ଉପରେ ଭାରି ପଡିବାରେ ଲାଗିଲାଣି ।

କିପର୍ କାମ କରିଥାଏ ମିଟ୍ରନ୍ ଆପ୍

ଏହି ଆପ୍ ଟିକଟକ୍ ଭଳି । ଏଥିରେ ଅନେକ ଟୁଲସ୍ ଓ ଫିଲଟରସ୍ ରହିଛି ।  ଏହି ଆପ୍‌ର ସାଇଜ୍ ହେଉଛି ମାତ୍ର ୮ ଏମବି । ଏହା ପ୍ଲେଷ୍ଟୋରରେ ଉପଲବ୍ଧ । ଏହାକୁ ଫୋନରେ ଇନଷ୍ଟଲ୍ କରିବା ପାଇଁ ଅଧିକ ମୋମୋରୀର ଆବଶ୍ୟକତା ନାହିଁ । ଏହା ଆଣ୍ଡୋଏଡ୍ ୫.୦ ବା ଅଧିକ ଭର୍ସନ୍ ସ୍ମାର୍ଟଫୋନରେ କାର୍ଯ୍ୟକ୍ଷମ ହୋଇପାରିବ । ଏବେସୁଦ୍ଧା ଏହାକୁ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ନାହିଁ । ତେବେ ଆଇଓଏସ୍ ପ୍ଲାଟଫର୍ମରେ ଏହା ଅତିଶୀଘ୍ର ଉପଲବ୍ଧ ହେବ ।

   Related Posts