Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦୌଡ଼ରାଣୀ ଝୁମା ଖାତୁନଙ୍କୁ ୪ବର୍ଷ ଦୌଡ଼ିବା ମନା : ଡୋପିଂ ଟେଷ୍ଟରେ ଧରା ପଡ଼ିଥିଲେ

26/04/2020 at 12:14 PM

ନୂଆଦିଲ୍ଲୀ ୨୬/୪ : ମଧ୍ୟମା ଦୂରତା ଧାବିକା ଝୁମା ଖାତୁନଙ୍କ ବିରୋଧରେ ଆଥଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍ ନିଷେଧ ଥିବା ଷ୍ଟିରଏଡ଼ ସେବନ ଅଭିଯୋଗରେ ୪ବର୍ଷର ପ୍ରତିବନ୍ଧକ ଲଗାଇଛି। ୨ବର୍ଷ ପୁରୁଣା ଡୋପିଂର ଏହି ମାମଲା ଏନଡିଟିଏଲ୍ ଧରିବାରେ ବିଫଳ ହୋଇଥିଲା। ଖାତୁନଙ୍କ ଡୋପ୍ ନମୁନା ୨୦୧୮ମସିହାରେ ଗୁଆହାଟୀରେ ରାଷ୍ଟ୍ରୀୟ ଅନ୍ତର ପ୍ରାପ୍ତ ଚାମ୍ପିଅନଶିପରେ ଲେଖାଯାଇଥିଲା। ରାଷ୍ଟ୍ରୀୟ ଡୋପ୍ ଟେଷ୍ଟ ଲାବେରୋଟେରୀ ଦ୍ବାରା କରାଯାଇଥିବା ଯାଞ୍ଚରେ ରିପୋର୍ଟ ନେଗେଟିଭ ଆସିଥିଲା। ଖାତୁନ୍ ଗୁଆହାଟୀରେ ୧୫୦୦ ଏବଂ ୫୦୦୦ମିଟରରେ କାଂସ୍ୟ ପଦକ ଜିତିଥିଲେ।

ବିଶ୍ବ ଡୋପିଂ ନିରୋଧକ ଏଜେନ୍ସି ଏହା ପରେ କାନାଡ଼ାର ମାଣ୍ଟ୍ରିଏଲରେ ଥିବା ଲ୍ୟାବରେ ନମୁନାର ଯାଞ୍ଚ କରାଇଥିଲେ ଯାହା ପଜିଟିଭ ଆସିଲା।

ଭାରତର ୪ଜଣ ଅନ୍ୟ ଆଥଲେଟଙ୍କ ନମୁନା ମଧ୍ୟ ମାଣ୍ଟ୍ରିଏଲରେ ହୋଇଥିବା ଯାଞ୍ଚରେ ପଜିଟିଭ ଆସିଥିଲା ଯାହା ଏନଡିଟିଏଲରେ ନେଗେଟିଭ ଆସିଥିଲା। ଝୁମା ଏବାବଦରେ କହିଥିଲେ ଯେ ସେ ଅଜାଣତରେ ଏହି ପଦାର୍ଥ ସେବନ କରିଥିଲେ।

   Related Posts