Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦୁବାଇ ମଲ୍‌ରେ ଭାରତୀୟ ଯୁବକଙ୍କ କାରନାମା, ସିରିଆ ମହିଳାଙ୍କୁ ଅସଦାଚରଣ କରି ଫସିଲେ

28/12/2019 at 7:59 PM

ଦୁବାଇ ୨୮।୧୨ :  ଜଣେ ପ୍ରବାସୀ ଭାରତୀୟ ଯୁବକଙ୍କ କାରନାମା  ଲଜ୍ଜା ଦେଇଛି । ଦୂବାଇର ଏକ ସପିଂ ମଲ୍‌ରେ  ସିରିଆର ଜଣେ ମହିଳାଙ୍କୁ  ଅସଦାଚରଣ କରିଛନ୍ତି ଅଭିଯୁକ୍ତ ଭାରତୀୟ ଯୁବକ । ତାଙ୍କ ନାମରେ ମାମଲା ଚାଲିଛି ।

ଗଲ୍ଫ  ନ୍ୟୁଜ୍ ଖବର  ଅନୁଯାୟୀ ଗତ ଅଗଷ୍ଟ ମାସରେ ଘଟଣାଟି ଘଟିଥିଲା । କିନ୍ତୁ ପୋଲିସରେ ପୀଡିତା ମହିଳାଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜ୍ଜୁ ହୋଇଥିଲା । କୋର୍ଟରେ ଏବେ ତାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ୩୫ ବର୍ଷୀୟା  ସିରିୟା ମହିଳା ଜଣକ କୋର୍ଟରେ କହିଛନ୍ତି, ସେ ସ୍ଥାନୀୟ ଡ୍ରାଗନ ମାର୍ଟରେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ସେ ମଲ୍ ରେ ତାଙ୍କ ପିଲାଙ୍କ ଲାଗି ଖେଳଣା କିଣୁଥିବା ବେଳେ  ଯୁବକ ଜଣକ ତାଙ୍କୁ ପିଛା କରୁଥିଲେ । ତାଙ୍କ ପାଖାପାଖି ଛିଡା ହେବା ସହ ସେ ତାଙ୍କୁ ନଜର କରୁଥିଲେ । ଯୁବକଙ୍କ ଚାହାଣୀ ତାଙ୍କୁ ଭୟଭୀତ କରିଥିଲା । ତାପରେ ସେ ବିନା କାରଣରେ ତାଙ୍କ ଦେହକୁ ଛୁଇଁ ଦେଉଥିଲେ । ହଠାତ୍ ଯୁବକ ଜଣକ ତାଙ୍କ ପଛରେ ଛିଡା ହୋଇ ଆପତ୍ତି ଜନକ ଭାବେ ତାଙ୍କ ଶରୀରର ପଛ ଭାଗକୁ ସ୍ପର୍ଶ କରିଥିଲେ ବୋଲି ମହିଳା ଜଣକ କହିଛନ୍ତି । ତାହା ତାଙ୍କୁ ଆତଙ୍କିତ କରିଥିଲା , ଏବଂ ସେ ପାଟି କରିବାରୁ ମଲ୍‌ରେ ସୁରକ୍ଷା କର୍ମୀ ଏବଂ ଅନ୍ୟ ଦୋକାନୀ ମାନେ ରୁଣ୍ଡ ହୋଇଯାଇଥିଲେ । ତାପରେ ପୋଲିସ ପହଞ୍ଚି ଯୁବକ ଜଣକୁ ଧରିନେଇଥିଲେ । ୩୩ ବର୍ଷୀୟ ଭାରତୀୟ  ଜଣକ ମଧ୍ୟ ମହିଳାଙ୍କୁ ସ୍ପର୍ଶ କରିଥିବା ମାନିଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଦୁବାଇ ପୋଲିସ ସଂପୃକ୍ତ ଭାରତୀୟ ଯୁବକଙ୍କ  ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଦାୟର କରିଛି । କୋର୍ଟ ଏହାର ପ୍ରଥମ ପର୍ଯାୟ ଶୁଣାଣି ପରେ ଆସନ୍ତା ମାସକୁ ଶୁଣାଣି ସ୍ଥଗିତ ରଖିଛନ୍ତି ।  

   Related Posts