Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ଭାରତୀୟ ଔଷଧ ଶିଳ୍ପ ଉପରେ ବିଲ୍ ଗେଟସଙ୍କ ଭରସା, କହିଲେ- ‘ସାରା ବିଶ୍ୱ ପାଇଁ ଭାରତ ହିଁ ଦେଇପାରିବ କୋଭିଡ-୧୯ ଭାକସିନ୍’

16/07/2020 at 2:56 PM

ନୂଆଦିଲ୍ଲୀ, ୧୬|୦୭: ଭାରତୀୟ ମେଡିସିନ୍ କମ୍ପାନୀ ସକ୍ଷମ ଅଟନ୍ତି । ସେମାନେ କେବଳ ଭାରତ ପାଇଁ ନୁହେଁ ସାରା ବିଶ୍ୱ ପାଇଁ କୋଭିଡ୍-୧୯ ଭାକସିନ୍ ଉପଲବ୍ଧ କରାଇପାରିବେ । ଏହା କହିଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ତଥା ସଂସ୍ଥାପକ ବିଲ୍ ଗେଟସ୍ ।

ବିଲ୍ ଗେଟସ୍ କହିଛନ୍ତି ଯେ, କରୋନା ଭାଇରସର ମୁକାବିଲା ପାଇଁ ଭାରତୀୟ ମେଡିସିନ୍ କମ୍ପାନୀମାନେ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ପୂର୍ବରୁ ମଧ୍ୟ ଅନେକ ରୋଗ ପାଇଁ ଭାରତୀୟ କମ୍ପାନୀ ଔଷଧ ବାହାର କରିସାରିଛନ୍ତି । କୋଭିଡ୍-୧୭ ଇଣ୍ଡିଆସ୍ ଓ୍ୱାର୍ ଏଗେନଷ୍ଟ୍ ଦି ଭାଇରସ ଶୀର୍ଷକ ଏକ ଆଲୋଚନା ଚକ୍ରରେ ସେ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେଉଁ ସ୍ଥାନରେ ଜନସଂଖ୍ୟାର ଘନତ୍ୱ ଅଧିକ ସେଠାରେ କରୋନା ଭାଇରସ ଅଧିକ ଆତଙ୍କ ସୃଷ୍ଟି କରିଛି ।

ଭାରତୀୟ ମେଡିସିନ୍ ଶିଳ୍ପକୁ ସେ କହିଛନ୍ତି ଯେ, ଭାରତୀଙ୍କ ପାଖରେ କ୍ଷମତା ରହିଛି । ସେମାନେ ସାରା ବିଶ୍ୱକୁ କରୋନା ଭାକସିନ୍ ଯୋଗାଇ ପାରିବେ । ଭାରତରେ ହିଁ ଅଧିକାଂଶ ଭାକସିନ୍ ପ୍ରସ୍ତୁତ କରାଯାଏ । କରୋନା ଭାଇରସର ଭାକିସନ୍ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେମାନେ ସକ୍ଷମ ଅଟନ୍ତି । ଭାକସିନ୍ ତିଆରି ହେଲେ ମୃତ୍ୟୁସଂଖ୍ୟା ହ୍ରାସ ପାଇବ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହେବ । ତେବେ ଭାରତ ପାଇଁ କରୋନା ଭାଇରସ ଏକ ବଡ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି  । କାରଣ ଦେଶରେ ଜନସଂଖ୍ୟାର ଘନତ୍ୱ ଅଧିକ ରହିଛି । ଏହାସହ ଦେଶରେ କରୋନା ଯୋଦ୍ଧାର ଭୂମିକା ଗ୍ରହଣ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବିଲ୍ ଗେଟସ୍ ଫାଉଣ୍ଡେସନ୍ କାମ କରୁଛି ବୋଲି ସେ କହିଛନ୍ତି ।

   Related Posts