ଲ୍ୟାଣ୍ଡର ‘ବିକ୍ରମ’ର ଭଗ୍ନାବଶେଷ ଠାବ ପଛରେ ରହିଛି ଭାରତୀୟ ଇଞ୍ଜିନିୟରଙ୍କ ଭୂମିକା

Published By : Prameya-News7 Bureau | December 03, 2019 IST

ନୂଆଦିଲ୍ଲୀ ୦୩।୧୨: ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ (ନାସା ) ଚନ୍ଦ୍ରପୃଷ୍ଠରେ ବିକ୍ରମର ସନ୍ଧାନ ପାଇଥିବା କହିଛି । ନାସା  ପକ୍ଷରୁ ଟ୍ୱିଟ୍ କରି ଲୁନାର ରେକନେସେନ୍ସ ଅର୍ବିଟର ବା ଏଲଆରଓ ଚନ୍ଦ୍ରପୃଷ୍ଠରେ ବିକ୍ରମର ସନ୍ଧାନ ପାଇଥିବା ପାଇଥିବା କହିଛି । କିନ୍ତୁ ନାସାକୁ ଲ୍ୟାଣ୍ଡର ବିକ୍ରମର ଭଗ୍ନାଂଶ ଖୋଜିବାରେ ଜଣେ ଭାରତୀୟ ଇଞ୍ଜିନିୟର ସାନମୁଗା ସୁବ୍ରମଣ୍ୟନ୍‌ ସହଯୋଗ କରିଥିଲେ । ଯାହାପାଇଁ ନାସା ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛି ।

{"id":193252,"sizeSlug":"large"}

ଚେନ୍ନାଇରେ ରହୁଥିବା ଇଞ୍ଜିନିୟର ସାନମୁଗା ସୁବ୍ରମଣ୍ୟନ୍‌ଙ୍କୁ ନାସା ଧନ୍ୟବାଦ ଜଣାଇଛି । ନାସା ବୟାନ ଜାରି କରି କହିଛି ଯେ ସନମୁଗା ହିଁ ପ୍ରଥମ ବ୍ୟକ୍ତି ଯିଏ ଭଗ୍ନାଂଶକୁ ଚିହ୍ନିପାରିଥିଲେ। ଇଞ୍ଜିନିୟର ସନମୁଗା ହିଁ ଏଲଆରଓ ପ୍ରୋଜେକ୍ଟ ସହ ସମ୍ପର୍କ କରିଥିଲେ। ସେ ମୁଖ୍ୟ କ୍ରାସ ସାଇଟର ଉତ୍ତର ପଶ୍ଚିମରେ ପ୍ରାୟ ୭୫୦ ମିଟର ଦୂରରେ ପଡ଼ିଥିବା ଭଗ୍ନାଂଶକୁ ଚିହ୍ନିପାରିଥିଲେ। ଶେଷରେ ନାସା ଟ୍ବିଟ କରି ବିକ୍ରମ ଲ୍ୟାଣ୍ଡରର ଭଗ୍ନାଂଶ ମିଳିବାର ସୂଚନା ଦିଆଯାଇଛି ।

wp:core-embed/twitter {"url":"https://twitter.com/Ramanean/status/1201637543394983936","type":"rich","providerNameSlug":"twitter","className":""}
https://twitter.com/Ramanean/status/1201637543394983936
/wp:core-embed/twitter

ସେପ୍ଟେମ୍ବର ୭ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍  ‘ବିକ୍ରମ’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳ ହୋଇ ପାରି ନଥିଲ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍  ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ନାସାର ଅରବିଟର ବିକ୍ରମକୁ ଖୋଜିବା ଲାଗି ଅନେକ ଥର ଫଟୋ ନେଇଛି । ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଇମ୍ପା ସାଇଟ ଫଟୋ ନାସା ଟ୍ବିଟ କରି ଜାରି କରିଛି । ନାସାର ଏହି ସୂଚନାକୁ ଆଧାର କରି ଅଧିକ ଗବେଷଣା କରାଯିବ । ଫଳରେ କାହିଁକି ଏବଂ କେଉଁ ପରିସ୍ଥିତିରେ ବିକ୍ରମର ଅବତରଣ ବିଫଳ ହେଲା ତାହା ଜଣାପଡିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.