Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶୋଇଲା ସେନସେକ୍ସ, ଖସିଛି ନିଫ୍ଟି, ହେଲେ ନିରାଶ ହୋଇନାହାନ୍ତି ନିବେଶକ

7/02/2020 at 8:59 PM

ମୁମ୍ବାଇ ୭।୨:  ଘରୋଇ ଶେୟାର ବଜାରରେ ଗତ ୪ ଦିନର ଜୋରଦାର କିଣାବିକାରେ ଶୁକ୍ରବାର ମାନ୍ଦାବସ୍ଥା ଦେଖାଯାଇଛି।  ପୂର୍ବାହ୍ନରେ ସେନସେକ୍ସ ଓ ନିଫ୍ଟି ଗୁରୁବାର ଭଳି ଆରମ୍ଭ କରିଥିଲେ। ହେଲେ ବିଦେଶୀ ସଙ୍କେତ କାରବାରକୁ ଦିନ ତମାମ ମାନ୍ଦା ରଖିଥିଲା। ଶେଷରେ ୦.୧୧ ପ୍ରତିଶତ ହ୍ରାସ ସହ ୪୧,୧୪୧.୮୫ରେ ସେନସେକ୍ସ ବନ୍ଦ ହୋଇଥିବା ବେଳେ ନିଫ୍ଟି ୦.୧୭ପଏଣ୍ଟ ହ୍ରାସ ସହ ୧୨,୦୯୮.୩୫ରେ ବନ୍ଦ ହୋଇଛି।

ତେବେ ଚଳିତ ସପ୍ତାହରେ ସେନସେକ୍ସ ୧,୪୦୦ ପଏଣ୍ଟରେ କାରବାର କରିବାରେ ରେକର୍ଡ କରିଛି। କରୋନା ଭାଇରସ ଆତଙ୍କ ମଧ୍ୟରେ ସପ୍ତାହ ଜାକ ହୋଇଥିବା କାରବାରରେ ଆରବିଆଇଙ୍କ ନୀତି ସମୀକ୍ଷା ବଜାରକୁ ବେଶ ସହାୟତା କରିଛି। ଗୁରୁବାର ଆରବିଆଇଙ୍କ ନୂଆ ଆର୍ଥିକ ନୀତିକୁ ଅନେକ ସମୀକ୍ଷକ ସକରାତ୍ମକ କହିଛନ୍ତି।  ଏଥିରେ ବଜେଟରେ ହୋଇଥିବା ଆର୍ଥିକ ବିକାଶର ଆକଳନ ପୂରଣ କରିବାରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି। 

୧ ଫେବୃଆରୀ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ୨୦୨୦-୨୧ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଥିଲେ। ସେଦିନ ସେୟାର ବଜାରରେ ସେନସେକ୍ସ ୧ହଜାର ଅଙ୍କ ତଳକୁ ଚାଲିଯାଇଥିଲା। ତେବେ ସୋମବାର ପୁଣି ବଜାର ଖୋଲିଥିବା ବେଳେ ମଙ୍ଗଳବାର ୯୦୦ ଅଙ୍କ ସହ ଦ୍ରୁତ ପ୍ରତ୍ୟାବର୍ତ୍ତନ ବଜାର ପ୍ରତି ନିବେଶକଙ୍କ ଭରସା ବୃଦ୍ଧି କରିଛି। ଫଳରେ ବଜେଟ ଅଧିବେସନରେ ହୋଇଥିବା କ୍ଷତିକୁ ବଜାର ମାତ୍ର ୨ ଦିନରେ ଭରଣା କରିଦେଇଥିଲା। ଦଲାଲ ଷ୍ଟ୍ରିଟ୍‌ରେ ଏବେ ପରିସ୍ଥିତି ବେଶ୍ ସକରାତ୍ମକ ରହିଛି। ନବ ନିର୍ମାଣ ଓ ସେବା ଗତିବିଧିରେ ନିବେଶକ ଭାରତକୁ ଏବେ ବହୁ ବର୍ଷ ଆଗରେ ଦେଖୁଛନ୍ତି। ଏଣୁ ଶୁକ୍ରବାର ବୈଶ୍ୱିକ କାରଣ ଯୋଗୁ କାରବାରରେ ମନ୍ଥରତା ଦେଖାଦେଇଥିଲେ ହେଁ ଏହା ପୁଣି ଗତିଶିଳ ହେବ ବୋଲି ବିଶ୍ଲେଷକମାନେ ଆଶାବ୍ୟକ୍ତ କରିଛନ୍ତି।

   Related Posts