Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ବ୍ରିଟେନରେ ଦୁଷ୍କର୍ମ କରି ସ୍ବଦେଶ ଫେରିଥିବା ଭାରତୀୟକୁ ୭ବର୍ଷ ଜେଲ୍

5/06/2019 at 11:46 AM

ନୂଆଦିଲ୍ଲୀ ୫|୬: ବ୍ରିଟେନ୍ ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଜଣେ ଭାରତୀୟ ଯୁବକଙ୍କୁ ୭ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୧୭ ମସିହାରେ ଦୁଷ୍କର୍ମ କରି ପରେ ଯୁବକ ଜଣଙ୍କ ଭାରତ ପଳାଇ ଆସିଥିଲେ । ମାତ୍ର କୋର୍ଟ ତାଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।

ସୂଚନା ଅନୁସାରେ ପୂର୍ବ ଇଂଲଣ୍ଡର ଲୋବଷ୍ଟୋଫ୍ଟ ସହରରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ୨୦୧୭ ମସିହା ଡିସେମ୍ବର ୯ ତାରିଖରେ ୩୫ ବର୍ଷୀୟ ଅଜୟ ରାଣା ନାମକ ଯୁବକ ଲିଫ୍ଟ ମାଗୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ପରେ ମହିଳା ଜଣଙ୍କ ମାମଲା ରୁଜୁ କରିଥିଲେ । କୋର୍ଟରେ କେସ୍ ମଧ୍ୟ ଚାଲିଥିଲା । ମାତ୍ର ସଂପୃକ୍ତ ଯୁବକ ଜଣଙ୍କ ଡିସେମ୍ବର ୧୩ ତାରିଖରେ ତାଙ୍କ ମା ଅସୁସ୍ଥ ଥିବା କହି ମାଙ୍କୁ ଦେଖିବାକୁ ଭାରତ ପଳାଇଆସିଥିଲେ । ଘଟଣାର ଦୁଇ ସପ୍ତାହ ପର୍ଯ୍ୟନ୍ତ କୋର୍ଟରେ ମାମଲା ଚାଲିଥିଲା । ଏହାପରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସ୍ପଷ୍ଟ ହୋଇଥିଲା । ଇପସ୍ବିଚ୍ କ୍ରାଉନ କୋର୍ଟ ତାଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।

ମାମଲା କୋର୍ଟରେ ଚାଲିଥିବା ସମୟରେ ଏହା ଜଣାପଡିଥିଲା ଯେ, ପ୍ରାୟ ୩୦ବର୍ଷ ବୟସ୍କା ମହିଳାମାନଙ୍କୁ ଅଜୟ ଲିଫ୍ଟ ଦେଉଥିଲା । ସେ ପୂର୍ବରୁ ଅନ୍ୟ ଦୁଇ ଜଣ ମହିଳାଙ୍କୁ ମଧ୍ୟ ଲିଫ୍ଟ ଦେଇ ସେମାନଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରିଥିଲା । ପୀଡିତା କୋର୍ଟକୁ ଦେଇଥିବା ବୟାନରେ କହିଥିଲେ ଯେ, ଏହି ଘଟଣା ମୋତେ ସାରା ଜୀବନ ଡରାଇବ ।

   Related Posts