ସେହଓ୍ବାଗଙ୍କ ବିସ୍ଫୋରକ ବ୍ୟାଟିଂ, ୱେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ୍‌ସକୁ ୭ ୱିକେଟ୍‌ରେ ପରାସ୍ତ ଭାରତ ଲିଜେଣ୍ଡ୍‌ସ

Published By : Prameya-News7 Bureau | March 08, 2020 IST

ମୁମ୍ବାଇ ୦୮।୦୩: ସଡ଼କ ସୁରକ୍ଷା ବିଶ୍ୱ ଟି-ଟ୍ୱେଣ୍ଟି ସିରିଜ୍‌ରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ନେତୃତ୍ତ୍ୱାଧିନ ଭାରତ ଲିଜେଣ୍ଡ୍‌ସ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି । ଦଳ ୭ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ୍‌ସକୁ ପରାସ୍ତ କରିଛି । ସଡ଼କ ସୁରକ୍ଷାର ସଚେତନତାର ବାର୍ତ୍ତା ବହନ କରୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅନେକ କିମ୍ବଦନ୍ତୀ ଖେଳାଳି ଏକାଠି ହୋଇଛନ୍ତି ।

{"id":234736,"sizeSlug":"large"}

ମୁମ୍ବାଇର ୱାଙ୍ଖଡ଼େରେ ଖେଳାଯାଇଥିବା ମ୍ୟାଚ୍‌ରେ ସଚିନ ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ଇନିଂସ୍‌ ଓପନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଉଭୟ ବ୍ୟାଟିଂ କରି ଭାରତ ଲିଜେଣ୍ଡ୍‌ସ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ । ୫୭ବଲ୍‌ରୁ ୧୧ଚୌକା ସହାୟତାରେ ଅପରାଜିତ ୭୪ରନ୍‌ କରିଥିବା ସେହ୍ୱାଗଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

{"id":234735,"sizeSlug":"large"}

ଭାରତ ଲିଜେଣ୍ଡସ ଓ ୱେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ୍‌ସ ମ୍ୟାଚ୍‌କୁ ନେଇ ୱାଙ୍ଖଡ଼େରେ ଭିଡ଼ ଜମିଥିଲା । ଷ୍ଟାଡିୟମରେ ପୁଣିଥରେ ସଚିନ…, ସଚିନ… ନାରାବାଜି କରିଥିଲେ ପ୍ରଶଂସକ । ଟସ୍‌ ଜିତି ଭାରତ ଲିଜେଣ୍ଡ୍‌ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ୱେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ୍‌ସ ୮ ୱିକେଟ୍‌ ହରାଇ ୧୫୦ରନ୍‌ କରିଥିଲା । ଦଳ ପକ୍ଷରୁ ଶିବନାରାୟଣ ଚନ୍ଦ୍ରପଲ ୬୧, ଡାରେନ ଗଙ୍ଗା ୩୨, ଅଧିନାୟକ ବ୍ରାଏନ ଲାରା ୧୭ରନ୍‌ କରିଥିଲେ । ଭାରତ ଲିଜେଣ୍ଡ୍‌ସ ପକ୍ଷରୁ ଜାହିର ଖାନ୍‌, ମୁନାଫ ପଟେଲ, ପ୍ରଜ୍ଞାନ ଓଝା ୨ଟି ଲେଖାଏଁ ଏବଂ ଇରଫାନ୍‌ ପଠାନ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ ।

{"id":234737,"sizeSlug":"large"}

ଜବାବରେ ଭାରତ ଲିଜେଣ୍ଡ୍‌ସ ୧୮.୨ ଓଭରରେ ୩ୱିକେଟ୍‌ ହରାଇ ବିଜୟୀ ହୋଇଥିଲା । ସଚିନ ଓ ସେହ୍ୱାଗ ପ୍ରଥମ ୱିକେଟ୍‌ରେ ୮୩ରନ୍‌ ଭାଗିଦାରୀ ଗଠନ କରିଥିଲେ । ଏହାପରେ ସଚିନ ୩୬ (୨୯ବଲ୍‌, ୭ଚୌକା)ରନ୍‌ କରି ପାଭିଲିୟନ ଫେରିଥିଲେ । ପରବର୍ତ୍ତି ବ୍ୟାଟ୍ସମ୍ୟାନ୍‌ ମହମ୍ମଦ କୈଫ୍‌ (୧୪) ଓ ମନପ୍ରୀତ ଗୋନୀ (୦) ସହଳ ଆଉଟ୍‌ ହୋଇଥିଲେ । ତେବେ ସେହ୍ୱାଗ ଓ ଯୁବରାଜ ସିଂହ (ଅପରାଜିତ ୧୦) ୧୦ବଲ୍‌ ବାକି ଥାଇ ଦଳକୁ ବିଜୟୀ କରାଇଥିଲେ । ୱେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ୍‌ସ ପକ୍ଷରୁ କାର୍ଲ ହୁପର ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

{"id":234738,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.