ରାଜ୍ୟବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବହୁ ରାଜନେତା
10/03/2020 at 12:52 PM

ନୂଆଦିଲ୍ଲୀ ୧୦।୦୩: ସାରାଦେଶରେ ଭାଇଚାରାର ପର୍ବ ହୋଲି ବେଶ୍ ଧୂମ୍ଧାମ୍ରେ ପାଳନ କରାଯାଉଛି । ହୋଲିକୁ ଦେଶବାସୀଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ରହିଛି । ବିଶ୍ବରେ କରୋନା ସଂକ୍ରମଣ ନେଇ ହୋଲି ଖେଳକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଦେଶବାସୀମାନେ କରୋନା ଭୟକୁ ବେଖାତିର କରି ବେଶ୍ ଆଡମ୍ବର ସହ ହୋଲି ପାଳନ କରିଛନ୍ତି । ରଙ୍ଗର ପର୍ବ ହୋଲି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।
ହୋଲି ଅବସରରେ ରାଷ୍ଟ୍ରପତି ରାମନାଥ କୋବନ୍ଦି ଟ୍ବିଟ୍ କରିଛନ୍ତି ଯେ, ସାରା ଦେଶବାସୀଙ୍କୁ ହୋଲି ଅବସରରେ ଶୁଭେଚ୍ଛା ଓ ଶୁଭକାମନା
ହୋଲି ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇବା ସହ ରଙ୍ଗ, ଆନନ୍ଦ ଓ ଉମଙ୍ଗର ପର୍ବ ହୋଲି । ତେଣୁ ଏହି ହୋଲି ସମସ୍ତଙ୍କ ଜୀବନକୁ ଖୁସି ଆଣୁ ।
ହୋଲି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ହୋଲି ପର୍ବରେ ଓଡିଶର ମାନ୍ୟବର ରାଜ୍ୟପାଳ ଟ୍ବିଟ୍ କରି ଶୁଭକାମନା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରି ଶୁଭକାମନା ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ ବୋଲି ଟ୍ବିଟ୍ କରିଛନ୍ତି
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।