ଆମେରିକାରେ ଭାରତୀୟଙ୍କୁ ଗୁଳି, ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କଲା ପୋଲିସ

Published By : Prameya-News7 Bureau | February 24, 2020 IST

ଲସ୍ ଆଞ୍ଜେଲସ୍ ୨୪।୦୨: ପୁଣି ଜଣେ ଭାରତୀୟଙ୍କୁ ହତ୍ୟା । ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଓ୍ବାଇଟ୍‌ ସିଟିରେ ଗୁଳିମାଡ କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ମନିନ୍ଦର ସିଂହ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ହରିୟାଣା କରନାଳ ଜିଲ୍ଲାର ନିବାସୀ ମନିନ୍ଦର ସିଂହ । ଆମେରିକାର ଲସ୍ ଆଞ୍ଜେଲସ୍‌ ସହର ଏକ ଘରୋଇ ଷ୍ଟୋରରେ କାର୍ଯ୍ୟ କରନ୍ତି । ପରିବାରର ସେ ଏକ ମାତ୍ର ରୋଜଗାର କରୁଥିବା ବ୍ୟକ୍ତି । ମନିନ୍ଦର ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି । ତେବେ ୬ ମାସ ତଳେ ଆମେରିକା ଗସ୍ତ କରିଥିଲେ ମନିନ୍ଦର । ଆମେରିକାରୁ ଟଙ୍କା ରେଜାଗାର କରି ଭାରତରେ ରହୁଥିବା ପରିବାରକୁ ପଠାଉଥିଲେ । ତେବେ ଶନିବାର ଦିନ ସକାଳ ୫.୪୫ ସମୟରେ କିଛି ସନ୍ଦିଗ୍ଧ ବନ୍ଧୁକଧାରୀ ଷ୍ଟୋର ଭିତରେ ପଶି ଲୁଟ୍‌ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ମନିନ୍ଦର ସେମାନଙ୍କୁ ବିରୋଧ କରିଥିଲେ , ଶେଷରେ ସେମାନ ତାଙ୍କୁ ଗୁଳିମାଡ କରିଥିଲେ । ସନ୍ଦିଗ୍ଧଙ୍କ ଗୁଳିରେ ମନିନ୍ଦରଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଗୁଳିମାଡ କରିଥିବା ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କରିଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.