ବିଶ୍ବ କପ୍‌ ହକି ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ ହେଲା ମୁମ୍ବାଇରେ

Published By : Prameya-News7 Bureau | September 07, 2018 IST

ମୁମ୍ବାଇ୭|୯: ଭାରତୀୟ ହକି ଦଳର ନୂଆ ଜର୍ସି । ଭୁବନେଶ୍ବରରେ ହେବାକୁ ଥିବା ପୁରୁଷ ହକି ବିଶ୍ବ କପ୍ ପୂର୍ବରୁ ମୁମ୍ବାଇରେ ହୋଇଛି ନୂଆ ଜର୍ସିର ଉନ୍ମୋଚନ । ମୁମ୍ବାଇରେ ଅନୁଷ୍ଠିତ ପ୍ରମୋସନ କାର୍ଯ୍ୟକ୍ରମରେ ଜର୍ସି ଉନ୍ମୋଚନ ହୋଇଛି । ନୂଆ ଜର୍ସି ପିନ୍ଧି ରାମ୍ପରେ ଚାଲିଛନ୍ତି ଖେଳାଳି । ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ। ନୂଆ ଜୋସ୍‌ ନୂଆ ହ୍ବାଇଟ୍‌ ଆଣ୍ଡ ଗ୍ରିନ ଜର୍ସି । ବିଶ୍ବ କପ୍‌ ହକି ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ ହୋଇଛି। ମୁମ୍ବାଇର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ନୂଆ ଜର୍ସି ପିନ୍ଧି ନୂଆ ଅବତାରରେ ଦେଖାଦେଇଥିଲେ । ଏହି ଜର୍ସିକୁ ଡିଜାଇନ୍ କରିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟର ଅଫ୍ ଫେସନ ଟେକ୍ନୋଲୋଜିର ପ୍ରସିଦ୍ଧ ଡିଜାଇନର ନରେନ୍ଦ୍ର କୁମାର । ଏସିଆ କପ୍‌ରେ ଦମଦାର ପ୍ରଦର୍ଶନ ସତ୍ତ୍ବେ ବ୍ରୋଞ୍ଜ ପଦକ ପାଇଥିଲା ଭାରତ। କିନ୍ତୁ ଏଥର ଦେଶୀ ଅଡିଏନ୍‌ସ ଦେଶୀ ପିଚ୍‌ରେ ଏହି ଦେଶୀ ଟିମ୍‌ ଦେଖାଇବ କମାଲ୍। କାର୍ଯ୍ୟକ୍ରମରେ ହକି ଇଣ୍ଡିର ସଦସ୍ୟ, କୋଚ୍, ୧୯୭୫ ହକି ବିଶ୍ବ କପ୍ ଚାମ୍ପିୟନ ଦଳର କ୍ୟାପଟେନ୍ ଅଜିତ୍ ପାଲ ସିଂହ, ପୂର୍ବତନ କ୍ୟାପଟେନ୍ ଧନରାଜ ପିଲେ, ଦିଲ୍ଲୀପ ତୀର୍କୀ, ସର୍ଦ୍ଦାର ସିଂହ, ସଂନ୍ଦୀପ ସିଂହ ଏବଂ ଅଶୋକ କୁମାର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ନାଁ ଥିଲା ‘Only when everybody shares the same dream, does it become a reality । ହକିର ପ୍ରାୟୋଜକ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଆସନ୍ତା ନଭମ୍ବର ୨୮ରୁ ଓଡ଼ିଶାରେ ଖେଳାଯିବ ପୁରୁଷ ହକି ବିଶ୍ବ କପ୍ । ଏହାପୂର୍ବରୁ ଦେଶର ୧୭ ଟି ସହରରେ ପ୍ରମୋସନ କାର୍ଯ୍ୟକ୍ରମ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.