Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କଳିଙ୍ଗରେ କମାଲ କଲେ ଜୁନିୟର : ହକି ବିଶ୍ବକପ କ୍ବାର୍ଟର ଫାଇନାଲରେ ଭାରତ, ୮-୨ ଗୋଲରେ ପୋଲାଣ୍ଡ ଚିତପଟ୍ଟାଙ୍ଗ

27/11/2021 at 9:20 PM

ଭୁବନେଶ୍ବର ୨୭/୧୧ : ଜୁନିୟର ହକି ବିଶ୍ବକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତୀୟ ଜୁନିୟର ହକି ଟିମ । କର ବା ମର ମ୍ୟାଚ​‌ରେ ଶନିବାର ପୋଲାଣ୍ଡକୁ ୮-୨ ଗୋଲରେ ପରାସ୍ତ କରିଛି ଭାରତ । ଏହା ସହିତ ଭାରତ ଜୁନିୟର ହକି ବିଶ୍ବକପର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡିୟମରେ କମାଲ କରିଛନ୍ତି ଭାରତୀୟ ଜୁନିୟର ହକି ତାରକା ।

ଭାରତୀୟ ହକି ଟିମର ଯୁବ ତାରକା ସୁଦୀପ ଚିରମାକୋ କମାଲ କରିଛନ୍ତି । ଭାରତ ପକ୍ଷରୁ ୨ଟି ଗୋଲ ଦେଇ ପୋଲାଣ୍ଡକୁ ଧରାଶୟୀ କରିଛନ୍ତି ସୁଦୀପ । ଅରିଜିତ ସିଂ ହୁଣ୍ଡଲ ମଧ୍ୟ ୨ଟି ଗୋଲ ସ୍କୋର କରି ଭାରତ ବିଜୟର ପ୍ରମୁଖ ବିନ୍ଧାଣୀ ସାଜିଛନ୍ତି । ଏହା ସହିତ ଭାରତ ପୋଲ୍‌-ବି ରେ ତାର ଯାତ୍ରା ଶେଷ କରିଛି । ପୋଲାଣ୍ଡକୁ ୮-୨ ଗୋଲରେ ହରାଇବା ପରେ କ୍ବାର୍ଟର ଫାଇନାଲକୁ ଉର୍ଣ୍ଣୀତ ହୋଇଛି ଭାରତୀୟ ଜୁନିୟର ହକି ଟିମ ।

   Related Posts