Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

ଭାରତରେ ଆମେରିକା ପରେ ସବୁଠାରୁ ଅଧିକ କୋଭିଡ୍-୧୯ ଟେଷ୍ଟ୍, ହ୍ୱାଇଟ୍ ହାଉସ କଲା ପ୍ରଶଂସା

17/07/2020 at 3:21 PM

ନୂଆଦିଲ୍ଲୀ , ୧୭।୦୭: ଆମେରିକା ପରେ ଭାରତରେ ହିଁ ସର୍ବାଧିକ କରୋନା ଟେଷ୍ଟ ହୋଇଛି । ଭାରତରେ ପ୍ରାୟ ଏକ କୋଟି ୨୦ ଲକ୍ଷ ଟେଷ୍ଟ୍ ହୋଇଛି । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାରେ ପ୍ରାୟ ୩୫ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧,୩୮୦୦୦ରୁ ଅଧିକ ପ୍ରାଣ ହରାଇଲେଣି । ସେହିପରି ବିଶ୍ୱରେ ଏକ କୋଟିରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ବେଳେ୫ ଲକ୍ଷ ୮୬ ହଜାର ପ୍ରାଣ ହରାଇଲେଣି ।  

ଆମେରିକାରେ ୪କୋଟି ଟେଷ୍ଟ ହୋଇଛି । ଭାରତରେ ମଧ୍ୟ ଏକ କୋଟି ୨୦ ଲକ୍ଷରୁ ଅଧିକ ଟେଷ୍ଟ୍ ହେଲାଣି । ଏହି ଦୁଇ ଦେଶ ହିଁ ଟେଷ୍ଟ କରିବାରେ ଅନ୍ୟ ଦେଶଠୁ ଆଗରେ ରହିଥିବା ହ୍ୱାଇଟ୍ ହାଉସ୍ ସଚିବ କହିଛନ୍ତି ।ଏହାସହ ଭାରତକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ହ୍ୱାଇଟ ହାଉସ୍ ସଚିବ କହିଛନ୍ତି ଯେ, ଆମେରିକାରେ ୪କୋଟି ୨୦ ଲକ୍ଷ ଟେଷ୍ଟ୍ ହୋଇସାରିଛି । ଯାହା ଅନ୍ୟ ଦେଶ ତୁଳନାରେ ଅଧିକ । ଏହାପରେ ଭାରତର ସ୍ଥାନ ରହିଛି । ଗୁରୁବାର ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏବାବଦରେ ସୂଚନା ଦିଆଯାଇଛି ।

ଭାରତରେ ଏବେ ମୋଟ ପଜିଟିଭ୍ କେସ୍ ସଂଖ୍ୟା ୧୦,୦୩,୮୩୨ରେ ପହଁଚିଥିବା ବେଳେ ଏହା ମଧ୍ୟରୁ ୩,୪୨,୪୭୩ଟି ସକ୍ରିୟ କେସ୍ ରହିଛି । ସେହିପରି ୬,୩୫,୭୫୭ଜଣ ସୁସ୍ଥ ହୋଇଛନ୍ତି । ତେବେ ୨୫ ହଜାରରୁ ଅଧିକ ମୃତ୍ୟୁବରଣ କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ୨୨ ହଜାର, ୮୩୪ଜଣ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି । ମଧ୍ୟପ୍ରଦେଶରେ ନୂଆ ୭୩୫ଟ ମାମଲା ଆସିଥିବା ବେଳେ ଏଠାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୦,୩୭୮ରେ ପହଁଚିଛି । ମହାରାଷ୍ଟ୍ରରେ ନୂଆ ୮୬୪୧ଟି ମାମଲା ଆସିଥିବା ବେଳେ ତାମିଲନାଡୁରେ ୪୫୪୯, କର୍ଣ୍ଣାଟକରେ ୪୧୬୯, ଆନ୍ଧ୍ରପ୍ରଦେଶରେ ୨୫୯୩ଟି ମାମଲା ସାମ୍ନାକୁ ଆସିଛି ।  

   Related Posts