Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

୫୨ ଚାଇନିଜ ଆପକୁ ନେଇ ସତର୍କ କରାଇଲା ଭାରତୀୟ ଗୁଇନ୍ଦା ସଂସ୍ଥା : ବ୍ୟକ୍ତିଗତ ଡାଟା ଚୋରି ଅଭିଯୋଗ, ଆପ ବ୍ଲକ କରିବାକୁ ପରାମର୍ଶ

18/06/2020 at 2:14 PM

ନୂଆଦିଲ୍ଲୀ ୧୮/୦୬ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଯୋଗୁଁ ଅନେକ ଭାରତୀୟ ୟୁଜର ଚୀନର ସ୍ମାର୍ଟଫୋନ ଏବଂ ଚାଇନିଜ ଆପ ବଏକଟ କରିବାକୁ କରିବାକୁ ଅପିଲ କରୁଛନ୍ତି | ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାରତୀୟ ଗୁଇନ୍ଦା ସଂସ୍ଥା ଭାରତ ସରକାରଙ୍କୁ ୫୨ ଚାଇନିଜ ମୋବାଇଲ ଆପ ବ୍ଲକ କରିବାକୁ ଏବଂ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି | 

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଗୁଇନ୍ଦା ଏଜେନ୍ସି କହିଛନ୍ତି ଯେ ଚାଇନିଜ ଆପ ସୁରକ୍ଷିତ ନୁହେଁ ଏବଂ ଏହା ୟୁଜର୍ସଙ୍କ ଡାଟା ଭାରତ ବାହାରେ ଷ୍ଟୋର କରୁଛନ୍ତି | ରିପୋର୍ଟ ଅନୁସାରେ ଚୀନର ୫୨ ଆପରେ ସୋସାଇଲ ପ୍ଲାଟଫର୍ମ ଟିକଟକ ଏବଂ ବିଙ୍ଗୋ ଲାଇବ, ଫାଇଲ ସେୟାରିଂ ସର୍ଭିସ ସେୟାର ଇଟ, UC ବ୍ରାଉଜର, ଇ-କମର୍ସ ପ୍ଲାଟଫର୍ମ-Shein, ଲୋକପ୍ରିୟ ଗେମ କ୍ଲାସ ଅଫ କିଙ୍ଗସ ଓ ଅନେକ ଆପ ରହିଛି |

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟ ଦ୍ୱାରା ଗୁଇନ୍ଦା ସଂସ୍ଥାର ସୁପାରିଶକୁ ସମର୍ଥନ କରାଯାଇଥିଲା | ସରକାରଙ୍କୁ ପଠାଯାଇଥିବା ପତ୍ରରେ କୁହାଯାଇଛି ଯେ ଭାରତର ସୁରକ୍ଷା ପାଇଁ ଚାଇନିଜ ଆପ ହାନିକାରକ ହୋଇପାରେ | ଜଣେ ଅଧିକାରୀ କହିଛନ୍ତି ଯେ ସଂସ୍ଥାର ଏହି ସୁପାରିଶ ଉପରେ ଚର୍ଚ୍ଚା ଜାରି ରହିଛି |

360 ସିକ୍ୟୁରିଟି, APUS ବ୍ରାଉଜର, Baidu ମ୍ୟାପ, Baidu Translate, ବିୟୁଟି ପ୍ଲସ, Bigo ଲାଇବ, CacheClear DU ଆପ ସ୍ଟୁଡ଼ିଓ, କ୍ଲାସ ଅଫ କିଙ୍ଗସ, କ୍ଲିନ ମାଷ୍ଟର-ଚିତାହ, କ୍ଲବ ଫ୍ୟାକ୍ଟ୍ରି, CM ବ୍ରାଉଜର, DU Battery Saver, DU Browser, DU Cleaner, DU Privacy, DU recorder, ES File Explorer, ହେଲୋ Kwai, LIKE, ମେଲ ମାଷ୍ଟର, Mi କମ୍ୟୁନିଟି, Mi ଷ୍ଟୋର, Mi Video call-Xiaomi, NewsDog, Parallel Space, ପରଫେକ୍ଟ, Corp, ଫୋଟୋ Wonder, QQ International, QQ Launcher, QQ Mail, QQ Music, QQ NewsFeed, QQ Player, QQ Security Centre, ROMWE, ସେଲଫି ସିଟି, ସେୟାରଇଟ, ଟିକଟକ, UC Browser, UC News, ଜେଣ୍ଡର, ୟୁକେମି ମେକାପ ଆଦି ଚାଇନିଜ ଆପ |

ଏହିସବୁ ଆପ ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପଲ iOS ଆପ ଷ୍ଟୋରରେ ଉପଲବ୍ଧ | ସୁରକ୍ଷା ସଂସ୍ଥା କଥିତ ଭାବେ ସୁରକ୍ଷା କର୍ମୀଙ୍କୁ ହାନିକାରକ ପ୍ରଭାବକୁ ଦୃଷ୍ଟିରେ ରଖି ଚାଇନିଜ ଆପ ବ୍ୟବହାର କରିବାକୁ ବାରଣ କରିଛନ୍ତି |

ଚାଇନିଜ ଆପ ଛଡା ଗୁଇନ୍ଦା ସଂସ୍ଥା ଭିଡିଓ କନଫରେନସିଂ ଆପ ଜୁମକୁ ନେଇ ମଧ୍ୟ ଚିନ୍ତା ଦର୍ଶାଇଛନ୍ତି | ଚଳିତବର୍ଷ ଏପ୍ରିଲ ମାସରେ ଗୃହ ମନ୍ତ୍ରାଳୟ ଜୁମ ପ୍ରାଇଭେସିକୁ ନେଇ ଜନତାଙ୍କୁ ସତର୍କ କରାଇଥିଲେ | 

   Related Posts