ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌ କରୋନା ଆକ୍ରାନ୍ତ, କ୍ବାରେଣ୍ଟାଇନ ହୋମରୁ କରିବେ ସଙ୍ଗୀତ ପରିବେଷଣ !

Published By : Prameya-News7 Bureau | April 08, 2021 IST

ମୁମ୍ବାଇ ୦୮/୦୪ : ଇଣ୍ଡିଆନ ଆଇଡଲ ୧୨ ର ପ୍ରତିଯୋଗୀ ତଥା ଲୋକପ୍ରିୟ ଗାୟକ ପଓ୍ବନଦୀପ ରଜାନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେ ବର୍ତ୍ତମାନ ମୁମ୍ବାଇର ଏକ ହୋଟେଲରେ କ୍ବାରେଣ୍ଟାଇନରେ ରହିଛନ୍ତି । ଏହା ସହିତ ପ୍ରସାରଣ ହେବାକୁ ଥିବା ଆଗାମୀ ଏପିସୋଡରେ ପଓ୍ବନଦୀପ  ଉକ୍ତ ହୋଟେଲ ରୁମ୍‌ରୁ ହିଁ ସଙ୍ଗୀତ ପରିବେଷଣ କରିବେ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ।

ସୋନି ଟିଭି ଯିଏକି ଲୋକପ୍ରିୟ ସୋ ଇଣ୍ଡିଆନ ଆଇଡଲର ପ୍ରତିଷ୍ଠତା, ଏକ ଭିଡିଓ କ୍ଲିପ୍‌ ଜାରି କରିଛି । ଉକ୍ତ ଭିଡିଓରେ ରିଥ୍ବୀକ୍‌ ଧନଜାନୀ ସୂଚନା ଦେଇଛନ୍ତି ଯେ, ପ୍ରତିଯୋଗୀ ପଓ୍ବନଦୀପ ରାଜନ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଏକ ହୋଟେଲରେ କ୍ବାରେଣ୍ଟାଇନରେ ଅଛନ୍ତି । ମଞ୍ଚରେ ଉପସ୍ଥିତ ଥିବା ଜଜ୍‌ ଭିଡିଓ କଲ ମାଧ୍ୟମରେ ପଓ୍ବନଦୀପଙ୍କୁ ଯୋଗାଯୋଗ କରିଥିଲେ । ବାର୍ତ୍ତାଳପ ସମୟରେ ସେ ଉପସ୍ଥିତ ଜଜ୍‌ଙ୍କୁ ଅନୁରୋଧ କରିଥିଲେ ଯେ, ହୋଟେଲ ରୁମମରୁ ହିଁ ନିଜର ସଙ୍ଗୀତ ପରିବେଷଣ କରିବା ପାଇଁ । ଯାହାକୁକି ଜଜ୍‌ ତୁରନ୍ତ ରାଜି ହୋଇଛନ୍ତି ।

wp:html
/wp:html

ଉତ୍ତରାଖଣ୍ଡର ଚମ୍ପାବତ୍‌ ଜିଲ୍ଲାର ବାସିନ୍ଦା ପଓ୍ବନଦୀପ ରାଜନ ଇଣ୍ଡିଆନ ଆଇଡଲ ମାଧ୍ୟମରେ ବେଶ ଲୋକପ୍ରିୟ ହୋଇଯାଇଛନ୍ତି । ଚମତ୍କାର ସଙ୍ଗୀତ ପରିବେଷଣ କରି ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି ସେ । ଏହା ସହିତ ଶ୍ରେଷ୍ଠ ୯ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହା ପୂର୍ବରୁ ୨୦୧୫ ମସିହାରେ ସେ ‘The Voice India’ ଟାଇଟଲ ମଧ୍ୟ ଜିତିସାରିଛନ୍ତି । ସେ ପ୍ରାୟ ଏକ ହଜାରରୂ ଉର୍ଦ୍ଧ୍ବ  ଲାଇଭ ସୋରେ ଗୀତ ଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.