Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ, ଲଗାତାର ଅଲିମ୍ପିକ୍‌ ବିଜେତା ଦଳକୁ ଦେଲା ମାତ୍‌

12/04/2021 at 4:33 PM

ନୂଆଦିଲ୍ଲୀ, ୧୨/୦୪: ଆର୍ଜେଣ୍ଟିନାରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳର ଜୋର୍‌ଦାର୍‌ ପ୍ରଦର୍ଶନ ଦେଖିବାକୁ ମିଳିଛି । ଦଳ ଲଗାତାର ଅଲମ୍ପିକ୍‌ ବିଜେତା ଆର୍ଜେଣ୍ଟିନାକୁ ଦ୍ୱିତୀୟ ଥର ପାଇଁ ପରାସ୍ତ କରିଛି ।

ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ୩-୦ରେ ଘରୋଇ ଦଳକୁ ମାତ୍‌ ଦେଇଛି । ଦଳ ପାଇଁ ହରମନ୍‌ପ୍ରିତ୍‌ ସିଂହ ୧୧ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇଥିବା ବେଳେ ଲଳିତ ଉପାଧ୍ୟାୟ ୨୫ ମିନିଟ୍‌ ସମୟରେ ଆଉ ଏକ ଗୋଲ୍‌ ଦେଇଥିଲେ । ପରେ ୫୮ ମିନିଟ୍‌ ସମୟରେ ପୁଣି ମନଦୀପ୍‌ ସଂହ ଆର୍ଜେଣ୍ଟିନା ବିପକ୍ଷରେ ଏକ ଗୋଲ୍‌ କରିଥିଲେ ।

ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ଶୁଟ୍‌-ଆଉଟ୍‌ରେ ହରାଇ ବୋନସ୍‌ ଅଙ୍କ ହାସଲ କରିଥିଲା । ଭାରତ, ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ଆଗକୁ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍‌ରେ ପୁଲ୍‌ -ଏ ରେ ରହିଛନ୍ତି । ଯେଉଁଥିରେ ସ୍ପେନ୍‌, ନ୍ୟୁଜିଲାଣ୍ଡ ଏବଂ ଜାପାନ ମଧ୍ୟ ରହିଛନ୍ତି । ଆର୍ଜେଣ୍ଟିନା ପ୍ରୋ ଲିଗ୍‌ ପଏଣ୍ଟ୍‌ ଟେବୁଲ୍‌ରେ ୧୨ଟି ମ୍ୟାଚ୍‌ରୁ ୧୧ ପଏଣ୍ଟ୍‌ ହାସଲ୍‌ କରି ୬ ନମ୍ୱର ସ୍ଥାନରେ ରହିଛି । ଭାରତୀୟ ଦଳ ବର୍ତ୍ତମାନ ଏହି ଲିଗ୍‌ରେ ଚତୁର୍ଥ ସ୍ଥାନରେ ରହିଛି । ଆଠଟି ମ୍ୟାଚ୍‌ରୁ ତିନୋଟି ବିଜୟ, ତିନୋଟି ମ୍ୟାଚ୍‌ ଡ୍ର ଏବଂ ଦୁଇଟିରେ ପରାସ୍ତ ହୋଇ ୧୫ ପଏଣ୍ଟ୍‌ ହାସଲ୍‌ କରିଛି । ଅଷ୍ଟ୍ରେଲିଆ ଭାରତଠାରୁ ଏକ ପଏଣ୍ଟ୍‌ ହାସଲ୍‌ କରିଛି ।

   Related Posts