ହକି ବିଶ୍ବକପର ଜାତୀୟ ଶିବିରରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଁଚିଲେ ଭାରତୀୟ ହକି ଦଳର ୧୨ ଜଣିଅା ଟିମ୍
16/09/2018 at 5:10 PM

ଭୁବନେଶ୍ୱର ୧୬/୯ : ଭୁବନେଶ୍ବରରେ ହକି ଫିଭର ଏବେଠୁ ଦେଖିବାକୁ ମଳିଲାଣି । ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଅାରମ୍ଭ ହେବ ହକି ବିଶ୍ବକପ। କଳିଙ୍ଗ ଷ୍ଶାଡିୟମରେ ଏହାକୁ ନେଇ ଅାସନ୍ତା କାଲିଠାରୁ ଅାୟୋଜିତ ହେବାକୁ ଯାଉଛି ଜାତୀୟ ଶିବିର । ଏ ନେଇ ଅାଜି ଭାରତୀୟ ହକି ଦଳର ଏକ ୧୨ ଜଣିଅା ଟିମ୍ ଭୁବନେଶ୍ବରରେ ଅାସି ପହଞ୍ଚିଛି । ବିଶ୍ବକପ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ପାଇଁ ହକି ଏହି ପ୍ରଶିକ୍ଷଣ ଶିବିର ଅାୟୋଜନ କରିଛି । ଦେଖିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମୁଦାୟ ୨୫ ଜଣ ଖେଳାଳୀ ଏହି ଶିବିରରେ ଯୋଗ ଦେବ । ସେମାନଙ୍କ ସହ ଟିମରେ ମୁଖ୍ୟ କୋଚ ହରିନ୍ଦର ସିଂ ମଧ୍ୟ ଅାସି ପହଞ୍ଚିଛନ୍ତି । ଶିବିର ଲାଗି କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି ।
ବର୍ତମାନ ସମୟରେ ଓଡିଶା ହକିର ଗଡ ପାଲଟିଛି । ଏପରି ସମୟରେ ରାଜ୍ୟରେ ହକି ୱାର୍ଲଡ କପ ଅନୁଷ୍ଠିତ ହେବା ବହୁତ ଖୁସିର କଥା ବୋଲି ଭାରତୀୟ ହୋକି ଟିମର ମୁଖ୍ୟ କୋଚ ହରିନ୍ଦର ସିଂ କହିଛନ୍ତି। ବିଶ୍ବକପ ପୂର୍ବରୁ ଅାୟୋଜିତ ହେଉଥିବା ଏହି ଶିବିର ଦଳକୁ ବହୁତ ଶୟାୟକ ହେବ ବୋଲି ସେ କହିଛନ୍ତି ।