Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ

25/07/2021 at 6:01 PM

ଟୋକିଓ ୨୫/୦୭ : ଜାପାନର ଟୋକିଓରେ ଜାରି ରହିଥିବା ଅଲିମ୍ପିକରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଭାରତୀୟ ହକି ଟିମ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଥିବା ଭାରତୀୟ ହକି ଟିମ କିନ୍ତୁ ଦ୍ବିତୀୟ ମ୍ୟାଚରେ ନିରାଶ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୭-୧ ଗୋଲରେ ପରାଜୟ ବରଣ କରିଛି ଭାରତୀୟ ହକି ଟିମ୍ ।

ମ୍ୟାଚ ଆରମ୍ଭରୁ ହିଁ ପଛ​‌ରେ ପଡିଯାଇଥିଲା ଭାରତ । ଲଗାତାର ଭାବେ ଗୋଲ କରିଚାଲିଥିଲା ଅଷ୍ଟ୍ରେଲିଆ ହକି ଟିମ । ଭାରତୀୟ ଦଳ ପକ୍ଷରୁ ଦିଲପ୍ରୀତ ସିଂହ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ଏହା ବ୍ୟତିତ ଭାରତ ଗୋଟିଏ ବି ଗୋଲ କରିବାରେ ସକ୍ଷମ ହୋଇନାହିଁ । ହକି ରାଙ୍କ୍‌ରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ଭାରତ ଉପ​‌ରେ ଭାରି ପଡିଛି । ଏହି ମ୍ୟାଚ ଭାରତ ପାଇଁ କଠିନ ହୋଇଥିବା ବେଳେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ହକି ଇଣ୍ଡିଆ । ପ୍ରଥମ କ୍ବାର୍ଟରରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦ୍ବିତୀୟ କ୍ବାର୍ଟରରେ ଭଲ ଆରମ୍ଭ କରିଥିଲା ଭାରତ । ଗୋଲ କରିବାର ସୁଯୋଗ ରହିଥିଲା ସୁଦ୍ଧା ଭାରତୀୟ ଟିମ ବିଫଳ ହୋଇଥିଲା । ଏପରିକି ପେନାଲିଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ସେ ସୁଯୋଗ ମଧ୍ୟ ହାତ ଛଡା କରିଥିଲା ଭାରତ ।

ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଏବଂ ଭାରତ । ଏହି ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଥିଲା ଭାରତ ।

   Related Posts