Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଚୀନ ବିରୋଧରେ ଭାରତରେ ‘ହାତରେ ନୁହେଁ ଭାତରେ ମାରିବୁ’ ନୀତି: ସିରିଜ୍ ବ୍ୟବସାୟିକ ପଦକ୍ଷେପ ପରେ ଆଉ ଏକ ଝଟକା, ହାଇଓ୍ୱେ ପ୍ରୋଜେକ୍ଟରୁ ଚୀନା କମ୍ପାନୀକୁ କରାଯିବ ବ୍ୟାନ୍

1/07/2020 at 4:50 PM

ନୂଆଦିଲ୍ଲୀ, ୦୧|୦୭:   ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଡ୍ରାଗନକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ପ୍ରଥମେ ବିଭିନ୍ନ ପ୍ରକଳ୍ପରୁ ଚୀନା କମ୍ପାନୀଙ୍କୁ ବାଦ୍ ଦିଆଯାଇଥିଲା । ଏପରିକି ଦେଶରେ ଚୀନର ୫୯ ଆପ୍‌କୁ ବ୍ୟାନ କରାଗଲା । ଏବେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପରୁ ଚୀନ କମ୍ପାନୀ ଉପରେ ପ୍ରତିବନ୍ଧକ ଲାଗିବ ବୋଲି କହିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏପରିକି ଚୀନ କମ୍ପାନୀଙ୍କୁ ଯୁଗ୍ମ ଭାବେ ମଧ୍ୟ କାମ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

ଗଡକରୀ କହିଛନ୍ତି ଯେ, ସରକାର ଏବେ ବିଭିନ୍ନ ଲଘୁ, ସୁକ୍ଷ୍ମ ଓ ମଧ୍ୟମ ବା ଏମଏସଏମଇ ଉଦ୍ୟୋଗରେ ବିଭିନ୍ନ ଚୀନ ନିବେଶକଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ। ଏନେଇ ସୁନିଶ୍ଚିତ କରାଯିବ । ଏପରିକି ଜାତୀୟ ରାଜପଥ ପ୍ରକଳ୍ପରୁ ମଧ୍ୟ ଚୀନ୍ କମ୍ପାନୀଙ୍କୁ ବାହାର କରାଯିବ । ଏପରି ଭାବେ ଭାରତ ଚୀନ ଆର୍ଥିକ ସ୍ତରରେ ଘେରିବ  ।

ସୂଚନାଯୋଗ୍ୟ, ଗତ ମାସରେ ଭାରତ ଓ ଚୀନ ସେନା ଏଲଏସରେ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪୩ରୁ ଅଧିକ ଚୀନ ସୈନ୍ୟ ନିହତ ହୋଇଥିଲେ । ଏହାପରଠୁ ଦେଶରେ ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଜୋର ଧରିଛି ।

   Related Posts