Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ନିଆରା ଲକଡାଉନ୍ ବିବାହ : ଭାରତର ବର ଏବଂ ନେପାଳର କନିଆଁ , ବିନା ବରଯାତ୍ରୀରେ ୧୨ମିନିଟରେ ହେଲା ବାହାଘର

15/07/2020 at 1:40 PM

ପିଥୌରାଗଡ଼ ୧୫/୭: ରୋଟି-ବେଟି ସମ୍ପର୍କକୁ ବଜାୟ ରଖିବା ପାଇଁ ଭାରତ-ନେପାଳ ପ୍ରଶାସନ ୧୫ମିନିଟ୍ ପାଇଁ ଆନ୍ତର୍ଜାତୀୟ ପୋଲ ଖୋଲିଥିଲେ। ବିନା ବରଯାତ୍ରୀରେ ବର ନିଜ ବାପାଙ୍କ ସହ ବୋହୂ ଆଣିବା ପାଇଁ ଦାରଚୁଲା ପହଞ୍ଚିଥିଲେ। ସାଧାରଣତଃ ୬-୭ଘଣ୍ଟା ହେଉଥିବା ହିନ୍ଦୁ ବିବାହ ମାତ୍ର ୧୨ମିନିଟରେ ସମ୍ପନ୍ନ ହୋଇ ଯାଇଥିଲା। ମଙ୍ଗଳବାର ଭାରତ,ନେପାଳ ପ୍ରଶାସନର ସହମତିରେ ପିଥୌରାଗଡ଼ ବାସିନ୍ଦା କମଳେଶ ଚନ୍ଦ୍ରଙ୍କ ବରଯାତ୍ରୀ ନେପାଳର ଦାରଚୁଲା ଯିବାକୁ ବାହାରିଥିଲେ। ବରଯାତ୍ରୀରେ କେବଳ ବର ଏବଂ ତାଙ୍କ ବାପା ସମେତ ୨ଜଣ ବିବାହରେ ସାମିଲ ହୋଇଥିଲେ। ପ୍ରଶାସନର ସର୍ତ୍ତରେ ମାତ୍ର ୧୫ମିନିଟ୍ ପାଇଁ ଝୁଲାପୋଲ ଖୋଲାଯାଇଥିଲା। ବର ଏବଂ ତାଙ୍କ ବାପା ଦାରଚୁଲା ସ୍ଥିତ କନିଆଁ ଘରକୁ ପହଞ୍ଚିଥିଲେ। ବିବାହରେ ହେଉଥିବା ଧାର୍ମିକ ଅନୁଷ୍ଠାନକୁ ଛାଡ଼ି କେବଳ ଫୁଲମାଳା ପକାଇ ବର କନିଆଁକୁ ନେଇ ଭାରତ ଫେରି ଆସିଥିଲା। ଝୁଲାପୋଲରେ ପହଞ୍ଚିବା ମାତ୍ରେ ସୀମାରେ ଥିବା ଯବାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଉଭୟ ନବ ଦମ୍ପତ୍ତି ବିବାହ ପାଇଁ ଅନୁମତି ମିଳିବା ପରେ ଭାରତ-ନେପାଳ ପ୍ରଶାସନର କୃତଜ୍ଞତା ଜଣାଇଥିଲେ।

କରୋନା ଲୋକଙ୍କ ଜୀବନ ନୁହେଁ ବରଂ ଧାର୍ମିକ କାର୍ଯ୍ୟରେ ହେଉଥିବା ରୀତିନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ମଙ୍ଗଳବାର ନେପାଳର ଦାରଚୁଲାରେ ହୋଇଥିବା ବିବାହ ଏହାର ଉଦାହରଣ। ଏଠାରେ ବର-କନିଆଁ ମଧ୍ୟରେ ଫେରି ହୋଇନଥିଲା କି ବାପା ନିଜ ଝିଅକୁ କନ୍ୟାଦାନ କରିଥିଲେ। ବାସ୍ ଗୋଟିଏ ମାଳାରେ ବିବାହ ସମ୍ପନ୍ନ ହୋଇଥିଲା।

ପିଥୌରାଗଡ଼ର କମ​‌ଳେଶ ଚନ୍ଦ୍ର ଏବଂ ନେପାଳ ଦାରଚୁଲାର ରାଧିକା କେବେ ସ୍ବପ୍ନରେ ମଧ୍ୟ ଭାବିନଥିଲେ ଯେ ସେମାନେ ଏଭଳି ପରସ୍ପରର ହାତ ଧରିବେ। କମଳେଶ କହିଥିଲେ ଯେ ତାଙ୍କ ବିବାହ ଗତ ମାର୍ଚ୍ଚ ୨୨ତାରିଖରେ ହେବାକୁ ଥିଲା। ଦୁଇ ପରିବାର ବିବାହକୁ ସ୍ମରଣୀୟ କରିବା ପ୍ରସ୍ତୁତିରେ ଜୁଟି ଯାଇଥିଲେ। କିନ୍ତୁ କରୋନା ସଙ୍କଟ ତାଙ୍କର ଏହି ଇଚ୍ଛାକୁ ସାକାର କରିବାକୁ ଦେଇନଥିଲା। ଲକଡାଉନ୍ ଯୋଗୁଁ ତାଙ୍କ ବିବାହ ସ୍ଥଗିତ ରହିଥିଲା।


   Related Posts