Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତ ସରକାରଙ୍କ ମନ୍ତ୍ରାଳୟ : ଗୁଇନ୍ଦା ସୂଚନା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି

5/03/2019 at 8:47 AM

ଦିଲ୍ଲୀ ୫/୩ : ଦିଲ୍ଲୀ ସମେତ ପୁରା ଦେଶରେ ଆତଙ୍କୀ ହମଲାକୁ ନେଇ ଆଲର୍ଟ ରହିଛି ପୋଲିସ | ଦିଲ୍ଲୀର ସୁରକ୍ଷା ଅଡିଟ ଦେଶର ଗୁଇନ୍ଦା ସଂସ୍ଥା ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମିଳିମିଶି କରୁଛି | ଅଡିଟରେ ଦେଖାଯାଇଛି ଯେ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯିବ | ଦିଲ୍ଲୀ ପୋଲିସ ଇତିହାସରେ ପ୍ରଥମଥର ପାଇଁ ଏହିଭଳି ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଡିଟ କରାଯାଉଛି | ଦିଲ୍ଲୀ ପୋଲିସ ଆୟୁକ୍ତ ମଧ୍ୟ ଦିଲ୍ଲୀରେ ଜାନୁଆରୀ ୨୬ ତାରିଖରେ, ଅଗଷ୍ଟ ୧୫ ତାରିଖ ଭଳି କଡା ସୁରକ୍ଷା ବ୍ୟବସ୍ଥା ପାଇଁ ଆଦେଶ ଦେଇଥିଲେ |

13-ÙæÚUâÙ ÕæÇüUÚU ÂÚU ¿ðç·¤´» ·¤ÚUÌè ÂéçÜâÐ


ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏୟାର ଷ୍ଟ୍ରାଇକ ଏବଂ ଭାରତ ପାକିସ୍ତାନ ମଧ୍ୟରେ ବଢି ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଆତଙ୍କୀ ସଂଗଠନ ଜୈସ-ୱେ୦ମହମ୍ମଦ ଏବଂ ଲସ୍କର-ଏ-ତୋଇବା ଦ୍ୱାରା ଭାରତରେ ବଡ ଧରଣର ଆତଙ୍କୀ ହମଲା ଯୋଜନା କରିଥିବା ସୁରାକ ମିଳିଛି | ଆତଙ୍କୀ ହମଲା ଇନପୁଟରେ କୁହାଯାଇଛି ଯେ, ଭାରତ ସରକାରଙ୍କ ଅନେକ ମନ୍ତ୍ରାଳୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି | ସେଥିପାଇଁ ସମସ୍ତ ମନ୍ତ୍ରାଳୟ ସୁରକ୍ଷା ମଧ୍ୟ ଅଡିଟ କରାଯାଉଛି |


ପୋଲିସ ଅଧିକାରୀ କହିଛନ୍ତି ଯେ, ଗୁଇନ୍ଦା ସଂସ୍ଥା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ପୋଲିସ ଅଧିକାରୀ ପ୍ରତ୍ୟେଲା ଥାନାକୁ ଯାଇ ସ୍ଥିତି ପରଖି ଦେଖୁଛନ୍ତି | ମହତ୍ଵପୁର୍ଣ ବିଲଡିଂ, ମନ୍ଦିର, ମଲ, ମସଜିଦ ଏବଂ ଭିଡ ଥିବା ଜାଗାମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି |


ଅନେକ ଜାଗାରେ ସିସିଟିଭି ମଧ୍ୟ ଲଗାଯାଇଛି | ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ଅଡିଟ ହୋଇସାରିଛି | ନେହରୁ ପେଲେସରେ ସୁରକ୍ଷା ଅଡିଟ ଶନିବାର ଦିନ କରାଯିବ ବୋଲି ସ୍ଥିର ହୋଇଛି | ପୋଲିସ ଅଧିକାରୀ କହିଛନ୍ତି ଯେ, ଯଦି କୌଣସି ସ୍ଥାନର ସୁରକ୍ଷା ବ୍ୟବସ୍ଥା ଘରୋଇ କମ୍ପାନୀ ହାତକୁ ଦିଆଯାଇଛି ତାହେଲେ ମଧ୍ୟ ସେଠାକାର ସୁରକ୍ଷା ଅଡିଟ କରାଯାଉଛି |


ଦିଲ୍ଲୀ ପୋଲିସ ଆୟୁକ୍ତ ଅମୁଲ୍ୟ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ଆତଙ୍କୀ ହମଲାକୁ ନେଇ ଇନପୁଟ ମିଳିଛି | ସେଥିପାଇଁ ଲଗାତାର ୨୪ ଘଣ୍ଟା ଚେକିଂ ଜାରି ରଖିବା ପାଇଁ ଆଦେଶ ଦେଇଛନ୍ତି |

   Related Posts