କରୋନାକୁ ନେଇ ଚିନ୍ତାରେ ଭାରତ ସରକାର, ଜାରି କଲେ ଟ୍ରାଭେଲ୍ ଆଡଭାଇଜାରୀ

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୦୭|୦୩:  କରୋନା ଭାଇରସ ସାରା ବିଶ୍ୱରେ ମହାମାରୀର ରୂପ ନେଲାଣି। ଚୀନର ବୁହାନ ସହରରୁ ସୃଷ୍ଟ ଏହି ଭାଇରସ ଏବେ ସୁଦ୍ଧା ୩୦୦୦ଜଣଙ୍କ ଜୀବନ ନେଇସାରିଲାଣି। ୧ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଛନ୍ତି। ସେହିପରି ଭାରତରେ ମଧ୍ୟ ୩୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ନଜରରେ ରଖି ଭାରତ ସରକାର ନାଗରିକଙ୍କ ପାଇଁ ନୂତନ ଆଡଭାଇଜାରୀ ଜାରି କରିଛନ୍ତି।

{"id":234600,"width":749,"height":499,"sizeSlug":"large"}

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଯେଉଁ ପର୍ଯ୍ୟଟକମାନେ ଚାଇନା, ଇରାନ, କୋରିଆ, ଇଟାଲି ଓ ଜାପାନ ଗସ୍ତ କରୁଛନ୍ତି ସେମାନେ କରୋନା ପ୍ରଭାବିତ ଅଞ୍ଚଳ ନଯିବାକୁ ପରାମର୍ଶ ଦେଇଛି।

ଭିସା କଟକଣା ଉପରେ ସରକାର କହିଛନ୍ତି ଯେ, ମାର୍ଚ୍ଚ ୩ ପୂର୍ବରୁ ଯେଉଁ ଇଟାଲି, ଇରାନ, ଦକ୍ଷିଣ କୋରିଆ, ଜାପାନ ନାଗରିକଙ୍କ ଭିସା ଇସ୍ୟୁ ହୋଇଥିଲା ସେମାନଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ପରିସ୍ଥିତିକୁ ଦେଖି ଏହି ପଦକ୍ଷେପ ନିଆଯାଇଛି। ନୂତନ ଭିସା ପାଇବାକୁ ହେଲେ କରୋନା ଭାଇରସ ଟେଷ୍ଟ ନେଗେଟିଭ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ହେବ।

{"id":234601,"width":760,"height":541,"sizeSlug":"large"}

ସ୍ୱାସ୍ଥ୍ୟ ବିଭାଗପରାମର୍ଶ ଦେଇଛି ଯେ, ନାଗରିକମାନେ ସୁସ୍ଥ ରହିବା ସହ ନିଜ ଶରୀରର ଧ୍ୟାନ ରଖିବା ଉଚିତ। ହାତକୁ ଭଲ ଭାବେ ସାବୁନରେ ସଫା କରିବା ଆବଶ୍ୟକ। ରୁମାଲ ବା ଟିସୁ ପେପର ଦେଇ କାଶିବା ଉଚିତ। ଆଖି ନାକ ଓ ପାଟିକୁ ସ୍ପର୍ଶ କରିବା ଅନୁଚିତ। ସନ୍ଦିଗ୍ଧ ରୋଗୀଙ୍କ ଠାରୁ ଦୂରରେ ରହିବା ଆବଶ୍ୟକ। ଭାରତ ଫେରିବା ସମୟରେ ଅସୁସ୍ଥ ଅନୁଭବ କଲେ ଏୟାରଲାଇନସର କର୍ମଚାରୀଙ୍କୁ ଏବାବଦରେ କହିବା ଆବଶ୍ୟକ। ଏହାସହ ସରକାର ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.