Snack Video ସମେତ ପୁଣି ୪୩ଟି ମୋବାଇଲ୍ ଆପ୍ ବ୍ୟାନ୍ କଲେ ଭାରତ ସରକାର, ଦେଖନ୍ତୁ ପୁରା ଲିଷ୍ଟ
24/11/2020 at 5:39 PM

Image Courtesy : gizbot
ନୂଆଦିଲ୍ଳୀ ୨୪/୧୧: ପୁଣି ୪୩ ମୋବାଇଲ୍ ଆପ୍ ବ୍ୟାନ୍ କଲେ ସରକାର। ଦେଶର ସୁରକ୍ଷା, ଅଖଣ୍ଡତା ଉପରେ ପ୍ରଭାବ ପକାଉଥିବା ଅଭିଯୋଗରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଇଟି ଆକ୍ଟ ଧାରା ୬୯ଏ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ତେବେ ଏନେଇ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଏହା ପ୍ରଥମ ନୁହେଁ ଯେ କେନ୍ଦ୍ର ସରକାର ମୋବାଇଲ୍ ଆପ୍ ବ୍ୟାନ୍ କରିଛନ୍ତ। ପୂର୍ବରୁ ଜୁନ ୨୦୨୦ରେ ୫୯ ମୋବାଇଲ୍ ଆପ୍ ବ୍ୟାନ୍ କରିଥିଲେ କେନ୍ଦ୍ର ସରକାର। ଏହାପରେ ସେପ୍ଟେମ୍ବରରେ ୧୧୮ ଆପ୍ ବ୍ୟାନ୍ ସହ ମୋଟ ୧୭୭ ଚୀନ ଆପ୍ ଉପରେ ଅଙ୍କୁଶ ଲଗାଇସାରିଛନ୍ତି କେନ୍ଦ୍ର ସରକାର। ଏ ସମସ୍ତ ଆପ୍ ଭାରତର ସୁରକ୍ଷା ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଥିବା ନେଇ ଭାରତ ସରକାର ପକ୍ଷରୁ ସୂଚନା ମିଳିଥିଲା।

Related Posts
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୮ ଜୀବନ
27 January 2021