ଭାରତୀୟ ବଂଶୋଦ୍ଭବ ଅଭିଜିତ୍‌ ବାନାର୍ଜୀଙ୍କୁ ମିଳିଲା ଅର୍ଥନୀତିରେ ନେବେଲ୍‌

Published By : Prameya-News7 Bureau | October 14, 2019 IST

ନୂଆଦିଲ୍ଲୀ - ଭାରତୀୟ ବଂଶୋଦ୍ଭବ ଅଭିଜିତ୍‌ ବାନାର୍ଜୀଙ୍କୁ ଅର୍ଥନୀତିରେ ନେବେଲ୍‌ ପୁରସ୍କାର ମନୋନୀତ କରାଯାଇଛି। ତାଙ୍କ ସହ ଏସ୍ଥର ଡୁଫଲ ଓ ମାଇକେଲ୍‌ କ୍ରେମରଙ୍କୁ ବି ମିଳିତି ଭାବେ ଏହି ପୁରସ୍କାର ମିଳିଛି । ଏହି ତିନିଜଣ ଅର୍ଥଶାସ୍ତ୍ରୀଙ୍କୁ ବିଶ୍ୱରୁ ଦାରିଦ୍ର୍ୟ ଦୂର କରିବା ପାଇଁ ଗେବଷଣା ଯୋଗୁଁ ନୋବେଲ୍‌ ପୁରସ୍କାର ମିଳିଛି ।
ଅଭିଜିତ୍‌ ବାନାର୍ଜୀଙ୍କର ଜନ୍ମ ଭାରତରେ । ମାତ୍ର ଏବେ ଅଭିଜିତ୍‌ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି । ଅଭିଜିତ୍‌ଙ୍କ ସହ ଅର୍ଥନୀତିରେ ନୋବେଲ୍‌ ପାଇଁ ମନୋନୀତ ହୋଇଥିବା ଏସ୍ଥର ଡୁଫେଲ୍‌ , ଅଭିଜିତ୍‌ଙ୍କର ପତ୍ନୀ । ଅଭିଜିତ୍‌ ବାନାର୍ଜୀ ଦିଲ୍ଲୀ ସ୍ଥିତ ଜବାହାରଲାଲ୍‌ ନେହରୁ ବିଶ୍ୱ ବିଦ୍ୟାଳୟରେ ପାଠ ପଢିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1183682238208069632?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1183682238208069632?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.