Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଜନସେବା ପାଇଁ ଚାକିରୀ କରିନଥିଲେ, ୫୦ ହଜାର ପୋଲିସ୍‌ ଅଧିକାରୀଙ୍କୁ ଦେଇଥିଲେ ତାଲିମ୍‌: ଏସିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଯୋଡ଼ିହେଲା ନାଁ

24/10/2020 at 4:02 PM

ନୂଆଦିଲ୍ଳୀ ୨୪/୧୦:  ଜନସେବା ପାଇଁ ଛାଡ଼ିଥିଲେ ଲକ୍ଷଲକ୍ଷ ଟଙ୍କା ଦରମାର ଚାକିରୀ। ଲୋକଙ୍କ ସମେତ ୫୦ ହଜାର ପୋଳିସ ଅଧିକାରୀଙ୍କୁ  ଦେଇଥିଲେ ତାଲିମ। ଏବେ ତାଙ୍କ ନାଁ ଏସିଆ ବୁକ୍‌ ଅଫ ରେକର୍ଡରେ ସାମିଲ ହୋଇଛି। ସବୁଠୁ କମ୍‌ ବୟସରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଉତ୍ତରପ୍ରଦେଶ ଗାଜିୟାବାଦର ଝିଅ କାମାକ୍ଷୀ ଶର୍ମା। ବୟସ ମାତ୍ର ୨୩ ବର୍ଷ। କିନ୍ତୁ କାର୍ଯ୍ୟ ଦକ୍ଷତା ବେଶ ନିପୁଣ। ସମାଜ ମଙ୍ଗଳ ପାଇଁ ଚାକିରୀ କରିନାହାନ୍ତି କାମାକ୍ଷୀ ଶର୍ମା।

ଜେଟି ରୋଡ ସ୍ଥିତ ପଞ୍ଚବଟି କଲୋନ ନିବାସୀ କାମାକ୍ଷୀ ଶର୍ମାଙ୍କ ବାପା ଦିଲ୍ଳୀର ଏକ ଘରୋଇ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। କାମାକ୍ଷୀ ଗାଜିୟାବାଦର ଏକ କଲେଜ୍‌ରୁ +୨ ପାସ୍‌ କରିବା ପରେ ଗଡ଼ଓ୍ବାଲ ବିଶ୍ବବିଦ୍ୟାଳରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିଥିଲେ। କିନ୍ତୁ ପାଠ ପଢ଼ୁଥିବା  ସମୟରେ ସାଇବର କ୍ରାଇମକୁ ରୋକିବା ପାଇଁ କିଛି ପଦକ୍ଷେପ ନେବାକୁ ସେ ଚିନ୍ତା କରିଥିଲେ। ସେବେଠୁ ଆରମ୍ଭ ହୋଇଥିଲା କାମାକ୍ଷୀ ଶର୍ମାଙ୍କ ରିସର୍ଚ୍ଚ। ଆଉ କେବଳ ୨୩ ବର୍ଷ ବୟସରେ ସାଇବର କ୍ରାଇମ୍‌ ଉପରେ ଭଲ ଜ୍ଞାନ ପାଇବା ସହ ସେ ବିଷେଶଜ୍ଞ ଭାବେ ପରିଚୟ ହାସଲ କରିଥିଲେ ।

ଦୀର୍ଘ ଦିନ ଧରି ସାଇବର କ୍ରାଇମ ଉପରେ କାର୍ଯ୍ୟ କରିବା ପରେ ତାଙ୍କୁ ନ୍ୟାସନାଲ ପୋଲିସିଂ ଗ୍ରୁପ୍‌ ନାଁରେ ଏକ ମିଶନ ମିଳିଥିଳା। ଏହି ମିଶନ ଜରିଆରେ କାମାକ୍ଷୀ ଶର୍ମା ପାଖାପାଖି ୫୦ ହଜାର ପୋଲିସ ଅଧିକାରୀଙ୍କୁ ସାଇବର କ୍ରାଇମ ରୋକିବା ଦିଗରେ ତାଲିମ ଦେଇଥିଲେ । ସାଇବର କ୍ରିମିନାଲ୍‌ଙ୍କ ଗତିବିଧି ଜାଣିବା ଓ ସେମାନଙ୍କୁ ଧରିବାର ପ୍ରଣାଳୀ କାମାକ୍ଷୀ ପୋଲିସ ଅଧିକାରୀଙ୍କୁ ଶିଖାଥିଲେ। ଏପରିକି ୩୦ରୁ ଅଧିକ ସହର ଭ୍ରମଣ କରିବ ସହ ସେଠାକାର ଲୋକଙ୍କୁ ସାଇବର ଠକେଇରୁ ବର୍ତ୍ତିବା ସମ୍ପର୍କରେ ବୁଝାଇଥିଲେ।

ପୋଲିସ, ଗାଁ ଲୋକଙ୍କ ବ୍ୟତୀତ ଅନେକ ଯୁବକଙ୍କୁ ସେ ଏହି ତାଲିମ ଦେଇଥିବା କହିଛନ୍ତି କାମାକ୍ଷୀ ଶର୍ମା। ତେବେ ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କ ନାଁ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବାରୁ ସେ ଅତ୍ୟନ୍ତ ଖୁସିଥିବା ବେଳେ ପରିବାରରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି। ତେବେ କାମାକ୍ଷୀ ଶର୍ମା ବିଟେକ୍‌ କରୁଥିବା ବେଳେ ତାଙ୍କର ଦୁଇ ବନ୍ଧୁ ସାଇବର ଠକେଇରେ ଶିକାର ହୋଇ ବହୁ ଅସୁବିଧାରେ ପଡ଼ିଥିଲେ। ତେବେ ଏହା ହିଁ ତାଙ୍କୁ ସାଇବର କ୍ରାଇମ୍‌ ବିରୋଧରେ ଲଢ଼େଇ କରିବାକୁ ପ୍ରେରଣା ଦେଇଥିଲା ବୋଲି କାମାକ୍ଷୀ ଶର୍ମା କହିଛନ୍ତି।

   Related Posts