Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା ପ୍ରଶମନ ଲାଗି ନେତାଙ୍କ ଗଜବ ଉପାୟ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

20/05/2021 at 7:23 PM

ମିରଟ ୨୦।୫: ଉତ୍ତରପ୍ରଦେଶରେ କରୋନା ଭାଇରସ ମହାମାରୀ ଆତଙ୍କ ସୃଷ୍ଟି କରିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ମୃତ୍ୟୁ ଲୋକଙ୍କୁ ଘରର କବାଟ ପଛରେ ବନ୍ଦ କରି ରଖିଛି। ଏଥିରେ କରୋନା ପ୍ରକୋପ ପ୍ରଶମନ ଲାଗି ମିରଟରେ ବିଜେପି ନେତା ଗୋପାଳ ଶର୍ମାଙ୍କ ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ରାସ୍ତାରେ ଶଙ୍ଖ ବଜେଇ ବଜେଇ ବୁଲିବା ସହ ବାୟୁ ବିଶୁଦ୍ଧିକରଣ ଲାଗି ହବନ କରୁଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ନେଟିଜେନ୍‌ ବେଶ୍ ମଜା ନେଉଛନ୍ତି।

ଟ୍ୱିଟରରେ ଭାଇରାଲ ହେଉଥିବା ଭିଡିଓଟି ମିରଟ ଶିବପୁରମ ଓ ନୟିବସ୍ତି ଅଞ୍ଚଳର। ଏଥିରେ ଗୋପାଲ ଶର୍ମା ଜୟ ଶ୍ରୀରାମ ନାରା ଦେଇ ଶଙ୍ଖ ବଜେଇ ବଜେଇ ଯାଉଥିବା ବେଳେ ତାଙ୍କପଛରେ ଏକ ୩ ଟକିଆ ସାଇକଲ ଟ୍ରଲିରେ ହବନ ଧୂଆଁ କରାଯିବା ସହ ନେପଥ୍ୟରୁ ହନୁମାନ ଚାଳିଶା ଗାୟନ ଭାସି ଆସୁଛି। ଏହି ଭିଡିଓ ଟ୍ୱିଟରରେ ଏବେ ବେଶ ହଙ୍ଗାମା କରିଥିବା ବେଳେ ନେଟିଜେନ୍‌ ମାନେ କୋଭିଡ ହଟାଇବାକୁ ଏହି ଅବୈଜ୍ଞାନିକ ଉପାୟକୁ ନେଇ ବେଶ ବ୍ୟଙ୍ଗ କରୁଛନ୍ତି।

ଅତୀତରେ ପ୍ରଜ୍ଞା ଠାକୁରଙ୍କ ଗୋ ମୁତ୍ର, ରାମଦେବ ବାବାଙ୍କ ଶୋରିଷ ତେଲ ଓ ରାମଦାସ ଅଠାୱଲେଙ୍କ ଗୋ କରୋନା ଗୋ ଉପାୟ ଦେଶରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏଥିରେ ଗୋପାଲ ଶର୍ମାଙ୍କ ନୂଆ ଉପାୟ ଟ୍ୱିଟରରେ ଲୋକଙ୍କୁ ଖୋରାକ ଯୋଗାଇଛି। ଏଥିରେ ଜନୈକ ୟୁଜର ଉପୁଜିଥିବା ପରିସ୍ଥିତିରେ ଶିକ୍ଷା ଓ ସଚେତନାତାର ଆବଶ୍ୟକତା ଜରୁରି ବୋଲି ଉଲ୍ଲେଖ କରିବା କରୋନାରେ ଦେଶର ପରିସ୍ଥିତି କେଉଁଠି ପହଞ୍ଚିଛି ସହଜରେ ଅନୁମାନ କରାଯାଇପାରେ।

ଏଥିରେ ଗୋପାଳ ଶର୍ମା ଶାସକଦଳର ଜଣେ ନେତା ହୋଇ ଗଳି ମହଲ୍ଲାରେ କରୋନାକୁ ନେଇ ଏପରି ଅଭିଯାନ ଚଳାଇବା ବାସ୍ତବିକ ହାସ୍ୟସ୍ପଦ। ଦେଶରେ କରୋନା ଦ୍ୱିତୀୟ ସଂକ୍ରମଣ ଏବେ ଗ୍ରାମାଞ୍ଚଳରେ ପହଞ୍ଚିଯାଇଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେଏପରି ଉପାୟ ଲୋକଙ୍କୁ ଭ୍ରମିତ କରିବା ସହ ନାନା ଅବୈଜ୍ଞାନିକ କାମ କରିବାକୁ ପ୍ରୋତ୍ସାହିତ କରିବ ବୋଲିମଧ୍ୟ ଲୋକେ ମତ ଦେଉଛନ୍ତି।    

   Related Posts