Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଗଲଓ୍ଵାନ ଉପରେ ଚୀନର ଦାବିକୁ ଖଣ୍ଡନ କଲା ଭାରତ, ଅନୁପ୍ରବେଶ କଲେ ମିଳିବ ଉଚିତ୍ ଜବାବ

20/06/2020 at 8:51 PM

ନୂଆଦିଲ୍ଲୀ ୨୦।୦୬: ସୀମା ବିବାଦ ମଧ୍ୟରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ରହିଛି। ଏହା ମଧ୍ୟରେ ଭାରତ ପୂର୍ବ ଲଦାଖରେ ଗଲଓ୍ଵାନ ଘାଟିରେ ନିଜର ସାର୍ବଭୌମତ୍ଵକୁ ନେଇ ଚୀନର ଦାବିକୁ ଶନିବାର ଖାରଜ କରି କହିଛି ଯେ, ଚୀନ ବାସ୍ତବିକ ନିୟନ୍ତ୍ରଣ ରେଖା(LAC) ବିଷୟରେ ଯେଉଁ ସବୁ ବଢାଇ ଚଢାଇ ତଥ୍ୟ ରଖୁଛି ଭାରତ ଏହାକୁ କଦାପି ସ୍ଵୀକାର କରିବ ନାହିଁ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଗଲଓ୍ଵାନ ଘାଟିରେ ଚୀନ ଯେଉଁ ଦାବି କରୁଛି ତାହା ସ୍ଵୀକାର କରାଯାଇ ପାରିବ ନାହିଁ। ଚୀନ ପକ୍ଷ ଦ୍ଵାରା ଅନୁପ୍ରବେଶର କୌଣସି ପ୍ରକାରର ପ୍ରୟାସକୁ ବରଦାସ୍ତ କରାଯାଇ ପାରିବ ନାହିଁ। ଏମିତି ଦୁଃସାହାସକୁ ଆମ ପକ୍ଷରୁ ସର୍ବଦା ଜବାବ ଦିଆଯିବ। ସେ ଏହା ମଧ୍ୟ କହିଛନ୍ତି ଗଲଓ୍ଵାନ ଉପତ୍ୟକା ସମ୍ବନ୍ଧିତ ସ୍ଥିତି ଐତିହାସିକ ରୂପେ ସ୍ପଷ୍ଟ ରହିଛି। ଗଲଓ୍ଵାନ ଘାଟିରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)କୁ ନେଇ ଚୀନ ପକ୍ଷରୁ ଯେପରି ଅତିରଞ୍ଜିତ କରି ଏବଂ ମିଥ୍ୟା ଦାବି କରାଯାଉଛି ତାକୁ ସ୍ଵୀକାର କରାଯାଇ ପାରିବ ନାହିଁ। ଗଲଓ୍ଵାନରେ ଚୀନର ଦାବି ଅତୀତ ଚୀନର ସ୍ଥିତି ଅନୁରୂପ ନୁହେଁ ବୋଲି ଶ୍ରୀବାସ୍ତବ କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ମେ ମାସର ପ୍ରାରମ୍ଭରୁ ହିଁ ସେଠାରେ ଭାରତ ପକ୍ଷରୁ କରାଯାଉଥିବା ପାଟ୍ରୋଲିଂକୁ ରୋକିବାକୁ ଚୀନ ପକ୍ଷରୁ ପ୍ରୟାସ କରାଯାଉଥିଲା। ଫଳସ୍ଵରୂପ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଲେ। କମାଣ୍ଡରସ୍ତରୀୟ ବୈଠକରେ ଏହାର ସମାଧାନ କରାଯାଇଥିଲା। ଆମେ ଏହା ସ୍ଵୀକାର କରି ପାରିବୁ ନାହିଁ ଯେ, ଭାରତ ଏକତରଫା ସ୍ଥିତି ବଦଳାଉଥିଲା। ଭାରତ କେବଳ ନିଜ ସୀମାରେ ରହି ଭିତ୍ତିଭୂମି ନିର୍ମାଣ ଜାରି ରଖିଛି ବୋଲି ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୋମବାର ସନ୍ଧ୍ୟାରେ ଗଲଓ୍ଵାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନର ୪୩ ସୈନିକ ନିହତ ହେଉଥିବା କୁହାଯାଉଛି। ପିପୁଲ୍ସ ଲିବେରେସନ ଆର୍ମି ନିଜ ସେନାଙ୍କ ମୃତାହତ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହିାଁ। ଶ୍ରୀବାସ୍ତବ କହିଛନ୍ତି ଭାରତୀୟ ସେନା ଗଲଓ୍ଵାନ ଘାଟି ସମେତ ଭାରତ-ଚୀନ ସୀମା କ୍ଷେତ୍ରର ସବୁ ସେକ୍ଟରରେ ଏଲଏସିର ସ୍ଥିତି ବିଷୟରେ ସଂପୂର୍ଣ୍ଣ ପରିଚିତ ଅଟନ୍ତି।

   Related Posts