Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଇରାନ ବୈଦେଶିକମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହେଲେ ଏସ୍.ଜୟଶଙ୍କର, ଜାଣନ୍ତୁ ଏବେର ପରିସ୍ଥିତି

5/01/2020 at 7:21 PM

ନୂଆଦିଲ୍ଲୀ ୫।୪:  ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଡ.ଏସ୍.ଜୟଶଙ୍କର ରବିବାର ଇରାନ ବୈଦେଶିକ ମନ୍ତ୍ରୀ ଜେଭେଦ ଜରିଫଙ୍କ ସହ ଟେଲିଫୋନ ଆଲୋଚନା କରିଛନ୍ତି। ଆମେରିକାର ଅପ୍ରତ୍ୟାସୀତ କାର୍ଯ୍ୟାନୁଷ୍ଠାନ ପରେ ପରିସ୍ଥିତି ଏବେ ଗୁରୁତର ଥିବା ଜରିଫ କହିଛନ୍ତି। ଉପୁଜିଥିବା ପରିସ୍ଥିତିକୁ ନେଇ ଡ. ଜୟଶଙ୍କର ଭାରତର ଉଦବେଗ ବ୍ୟକ୍ତ କରିଛନ୍ତି। ତେବେ ଉଭୟ ନେତା ପରସ୍ପର ସହ ସମ୍ପର୍କରେ ରହିବା ଲାଗି ପ୍ରତିଶୃତି ଦେଇଛନ୍ତି ।

ଶୁକ୍ରବାର ଡ୍ରୋନ ଆକ୍ରମଣ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପୟୋ ଶନିବାର ବିଭିନ୍ନ ଦେଶଙ୍କ ସହ କଥା ହୋଇ ନିଜର ପକ୍ଷ ସ୍ପଷ୍ଟ କରିଥିଲା। ଏଥିରେ ସେ ପାକିସ୍ତାନ ସେନାମୁଖ୍ୟ ଜେନରାଲ କମର ବାଜୱାଙ୍କ ସହ ମଧ୍ୟ କଥା ହୋଇଥିଲେ। ତେବେ ଭାରତ ପ୍ରଥମ ଥର ଇରାନ ସହ ପରିସ୍ଥିତି ନେଇ ଆଲୋଚନା କରିଛି। ବୈଦେଶିକମନ୍ତ୍ରୀ ସ୍ତରରେ ହୋଇଥିବା ଏହି ଆଲୋଚନାରେ ଭାରତ ପରିସ୍ଥିତି ଉପରେ ନଜର ରଖିଥିବା ସ୍ପଷ୍ଟ ହୋଇଛି।

ପୋମ୍ପୟୋ ସୁଲେମାନୀଙ୍କ ପ୍ରସଙ୍ଗରେ ଆମେରିକାର ପକ୍ଷ ରଖିଥିବା ବେଳେ ନିଜର ଓ ନାଗରିକଙ୍କ ସୁରକ୍ଷା ସଂକଳ୍ପ ଆମେରିକା କେବେ ତ୍ୟାଗ କରିବ ନାହିଁ ବୋଲି କହିଥିଲେ। ଇରାନର ପଦକ୍ଷେପ ସମ୍ପୃକ୍ତ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରି ରଖିଛି ବୋଲି ପୋମ୍ପୟୋ କହିଥିଲେ। ଏଣୁ ଆମେରିକା ନିଜର ସ୍ୱାର୍ଥ,ଲୋକ, ଫ୍ୟାସେଲିଟି ସର୍ବୋପରି ଅଂଶୀଦାରଙ୍କ ସ୍ୱାର୍ଥ ଦୃଷ୍ଟିରୁ ସୁଲେମାନୀଙ୍କୁ ହଟାଇବାକୁ ବାଧ୍ୟ ହୋଇଛୁ ବୋଲି କହିଥିଲେ।  

   Related Posts