Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଇସ୍ରାଏଲକୁ ପଛରେ ପକାଇ ଭାରତୀୟ କମ୍ପାନୀ ନିର୍ମାଣ କରୁଛି ସେନାଙ୍କ ଅସ୍ତ୍ର: ଏକେ-୪୭ ହେବ ଆହୁରି ଉନ୍ନତ ଓ ଅତ୍ୟାଧୁନିକ

1/11/2021 at 3:27 PM

ନୂଆଦିଲ୍ଲୀ୦୧/୧୧ : ଗତ କିଛି ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରର ପରିବର୍ତ୍ତନ ଓ ଆତ୍ମନିର୍ଭରତା ପାଇଁ ନିଆଯାଇଥିବା ପଦକ୍ଷେପ ଏବେ ଫଳପ୍ରଦ ହେଉଛି । ଭାରତୀୟ ପ୍ରତିରକ୍ଷା କମ୍ପାନୀ ଅନେକ ବିଦେଶୀ କମ୍ପାନୀକୁ ପଛରେ ପକାଇ ନିଜକୁ ପ୍ରତିଷ୍ଠିତ କରୁଛନ୍ତି । ଏହା ଅଧୀନରେ ବେଙ୍ଗାଲୁରୁର କମ୍ପାନି ଏସ୍ଏସ୍ଏସ୍ ଡିଫେନ୍ସ ଭାରତୀୟ ସେନାର ଏକେ-୪୭ ରାଇଫଲକୁ ନବୀକରଣ କରିବାକୁ ସର୍ବନିମ୍ନ ବିଡରଙ୍କ ମଧ୍ୟରେ ଉଭା ହୋଇଛି। ଏହି ପ୍ରତିରକ୍ଷା କମ୍ପାନୀ ବିଡରେ ପ୍ରତିଦ୍ୱନ୍ଦ୍ୱୀ କମ୍ପାନିମାନଙ୍କୁ ହରେଇଛି। ଯଦି ସବୁକିଛି ଠିକ ହେଲା ତେବେ ମାତ୍ର ଚାରି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏସ୍ଏସ୍ଏସ୍ ଡିଫେନ୍ସ କମ୍ପାନୀ ଏକେ-୪୭ ଆସଲ୍ଟ ରାଇଫଲକୁ ଅଳ୍ପ ସଂଖ୍ୟାରେ ଅପଡେଟ କରିବ।

ଏହି କମ୍ପାନି ହେଉଛି ବାଙ୍ଗାଲୋରରେ ଥିବା ଛୋଟ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉତ୍ପାଦନକାରୀ। ପୂର୍ବରୁ ଏହି କମ୍ପାନୀ ଭାରତୀୟ ସେନା ପାଇଁ କଲାଶ୍ରୀକୋ ରାଇଫଲକୁ ଅପଗ୍ରେଡ୍ କରିଥିଲା । ସେନାଧିକାରୀ କହିଛନ୍ତି ଭାରତୀୟ ଫାର୍ମ ଦକ୍ଷିଣ ପାଶ୍ଚାତ୍ୟ କମାଣ୍ଡର ସେନା ଏକକ ପାଖେ ଥିବା ୨୪ଟି ଏକେ-୪୭ ରାଇଫଲକୁ ଏହି କମ୍ପାନି ନବୀକରଣ କରିବ। ଯଦି ଅପଡେଟ୍ ଠିକ୍ ଭାବେ ହୁଏ ତେବେ କମ୍ପାନୀ ଅଧିକ ବନ୍ଧୁକ ଅପଡେଟ ପାଇଁ ଅର୍ଡର ପାଇପାରିବ ।

ସାମରିକ ଅଧିକାରୀମାନେ କହିଛନ୍ତି ଏକେ-୪୭ ହେଉଛି ଭାରତୀୟ ସେନାର ମୌଳିକ ଅସ୍ତ୍ର। ଏହା ସେନାର ଅନେକ ଆବଶ୍ୟକତା ପୂରଣ କରେ। ଅଧିକାରୀ କହିଛନ୍ତି ଯେ ଏସଏସଏସ ଡିଫେନ୍ସ କମ୍ପାନି ଭାରତୀୟ ସେନାର ଏହି ଅସ୍ତ୍ରକୁ ଅଧିକ ବିପଜ୍ଜନକ ଓ କାର୍ଯ୍ୟ କରିବାରେ ସହଜ ହେବାପରି ଡିଜାଇନ କରିବ। ସେ କହିଛନ୍ତି ଅପଡେଟ ହେଲେ ବନ୍ଧୁକରେ ଟେକ୍ଟିକାଲ ଫ୍ଲାସ୍ ଲାଇଟ୍, ଲେଜର ଲାଇଟ୍, ଫ୍ଲାସ୍ ହେଡର୍, ଡଷ୍ଟ କଭର, ହ୍ୟାଣ୍ଡ ଗାର୍ଡ ଓ ବହୁ ପ୍ରକାରର ଗ୍ରିପ୍ ଇତ୍ୟାଦି ରହିବ।

   Related Posts