ଶ୍ରେଷ୍ଠ ଫିଲ୍ମ ଦୌଡରେ ‘ଶେରନି’, ‘ଲୁଡୋ’: ଶ୍ରେଷ୍ଠ କଳାକାର ଆୱାର୍ଡ ପାଇଁ ପଙ୍କଜ ତ୍ରିପାଠୀ ଓ ମନୋଜ ବାଜପାୟୀଙ୍କ ମଧ୍ୟରେ ଟକ୍କର

Published By : Prameya-News7 Bureau | August 05, 2021 IST

ମୁମ୍ବାଇ ୦୫/୦୮ : ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ମେଲବର୍ଣ୍ଣ (ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣ) ପୁରସ୍କାର ବିତରଣ ଉତ୍ସବ ପାଇଁ ନାମାଙ୍କନ ଘୋଷଣା କରିଛି। ଏହି ଉତ୍ସବ ପ୍ରତିବର୍ଷ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇଥାଏ। ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଏହାର ଦ୍ୱାଦଶ ସଂସ୍କରଣରେ, IFFM 2021 କରୋନା ମହାମାରୀ ହେତୁ ଭର୍ଚୁଆଲ୍ ହେବାସହ ଇନ-ପର୍ସନ ମଧ୍ୟ ହୋଇଛି। ଏଠାରେ ୧୦୦ ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

{"id":491383,"width":692,"height":584,"sizeSlug":"full","linkDestination":"none"}

ସ୍କ୍ରିନିଂ ବ୍ୟତୀତ 'ଆଇଏଫଏଫଏମ ପୁରସ୍କାର ସମାରୋହ' ମଧ୍ୟ ଅନୁଷ୍ଠିତ ହେବ। ଅଗଷ୍ଟ ୨୦ ରେ ଅନୁଷ୍ଠିତ ହେବାକୁଥିବା ଏହି ବର୍ଷର IFFM ନାମାଙ୍କନ ତାଲିକାରେ ୨୦୧୧ ର ଅନେକ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ହୋଇଛି। ଯେପରିକି ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ ଲୁଡୋ, ବିଦ୍ୟା ବାଲାନଙ୍କ ଅଭିନୀତ ଶେରନି, ହରିଶ ଖାନ୍ନା ଅଭିନୀତ ଏବଂ ବିଶ୍ୱଜିତଙ୍କ ଦ୍ୱାରା ନିର୍ଦ୍ଦେଶିତ ଗଡ଼ ଅନ ଦ ବାଲକୋନୀରେ। ଚଳିତ ବର୍ଷର ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀରେ ନାମାଙ୍କନ ତାଲିକାରେ ଶଟ ଅପ୍ ସୋନା, W.O.M.B ମଧ୍ୟ ସାମିଲ ଅଛି।

{"id":491384,"sizeSlug":"full","linkDestination":"none"}

ଶ୍ରେଷ୍ଠ ଫିଲ୍ମ :

୧. କାୟାଟ୍ଟମ - ମାଲାୟାଲାମ

୨. ଲୁଟକେଶ - ହିନ୍ଦୀ

୩. ଲୁଡୋ - ହିନ୍ଦୀ

୪. ଶେରନି - ହିନ୍ଦୀ

୫. ସୁରରାଈ ପୋଟ୍ଟରୁ - ତାମିଲ

୬. ତଶେର ଘାବର - ବଙ୍ଗାଳି

ଶ୍ରେଷ୍ଠ କଳାକାର :

୧. ବେଞ୍ଜାମିନ ଡାଇମେରୀ - ଜୋନାକି ପୋରୁଆ - ଆସାମୀ

୨. ହରିଶ ଖାନ୍ନା - ଗଡ଼ ଅଫ ଦ ବାଲକନି - ଆସାମୀ

୩. ଜିତିନ ପୁଥାନଚେରି - ସନ୍ଥୋଶିଣ୍ଟେ ଓନମ୍ ରହସ୍ୟମ - ମାଲାୟାଲମ୍

୪. କୌମାରାନେ ୱାଲାଭାନେ - ନାସିର - ତାମିଲ

୫. ନୀଲ ଦେଶମୁଖ - ସ୍ଥଳପୁରାଣ - ମରାଠୀ

୬. ପଙ୍କଜ ତ୍ରିପାଠୀ - ଲୁଡୋ - ହିନ୍ଦୀ

୭. ରାଜକୁମାର ରାଓ - ଲୁଡୋ - ହିନ୍ଦୀ

୮. ସୂରିୟା - ସୁରାରାଈ - ତାମିଲ

ଶ୍ରେଷ୍ଠ ସିରିଜ :

୧. ବନ୍ଦୀସ ବ୍ୟାଣ୍ଡଟ୍ସ ହିନ୍ଦୀ

୨. ଚୁରେଲସ - ଉର୍ଦୁ, ହିନ୍ଦୀ

୩. ମିର୍ଜାପୁର ସିଜନ -୨ - ହିନ୍ଦୀ

୪. ମିସମ୍ୟାଚ୍ଡ - ହିନ୍ଦୀ

୫. ଦ ଫ୍ୟାମିଲି ମ୍ୟାନ ୨ - ହିନ୍ଦୀ

ଶ୍ରେଷ୍ଠ କଳାକାର (ସିରିଜ):

୧. ଅଲି ଫଜଲ - ମିର୍ଜାପୁର ସିଜନ ୨

୨. ଦିବ୍ୟେନ୍ଦୁ - ମିର୍ଜାପୁର ସିଜନ ୨

୩. ମନୋଜ ବାଜପାୟୀ - ଦ ଫ୍ୟାମିଲି ମ୍ୟାନ ୨

୪. ମହମ୍ମଦ ଜିଶାନ - ତାଣ୍ଡବ

୫. ପଙ୍କଜ ତ୍ରିପାଠୀ - ମିର୍ଜାପୁର ସିଜନ ୨

୬. ସୈଫ ଅଲି ଖାନ - ତାଣ୍ଡବ

୭. ନିନା ଗୁପ୍ତା - ମସାବା ମସାବା

୮. ପ୍ରାଯକ୍ତା କୋଲି ମିସମ୍ୟାଚ୍ଡ

୯. ରସିକା ଦୁଗଗଲ - ମିର୍ଜାପୁର ସିଜନ ୨

୧୦. ସାମନ୍ଥା ଅକ୍କିନେନି - ଦ ଫ୍ୟାମିଲି ମ୍ୟାନ ୨

୧୧. ଶାହନା ଗୋସ୍ୱାମୀ - ବମ୍ବେ ବେଗମ୍ସ

୧୨. ଶ୍ଵେତା ତ୍ରିପାଠୀ ଶର୍ମା - ମିର୍ଜାପୁର ସିଜନ ୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.