Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ୨୫ ବର୍ଷ ବୟସ୍କା ଯୁବତୀ ହେଉଛନ୍ତି ବିଶ୍ବର ସବୁଠୁ ସୁନ୍ଦରୀ ଫିଟ୍‌ନେସ ଟ୍ରେନର

ମୁମ୍ବାଇ୧୬|୫:  ଆଜିକାଲି ଫିଟନେସ୍‌ ସମସ୍ତଙ୍କ ଜୀବନ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଫିଟ୍‌ନେସ୍‌ କୁ ନେଇ ଦିନକୁ ଦିନ କ୍ରେଜ ବଢିବାରେ ଲାଗିଛି।ଏହା ସହ ଯୁବପୀଢୀଙ୍କ ଆଗ୍ରହ ଓ ପାଗଳାମି ମଧ୍ୟ ବଢୁଛି। ତେବେ ଜାଣନ୍ତୁ ଏମିତି ଜଣେ ଫିଟନେସ ଟ୍ରେନରଙ୍କ ବିଷୟରେ ଯିଏ ଆଜିକାଲିର ପୁଅ ଓ ଝିଅଙ୍କ ପାଇଁ ପ୍ରେରଣା । ସେ ଦେଖିବାକୁ ଯେମିତି ତାଙ୍କ ଫିଟ୍‌ନେସ ମଧ୍ୟ ସେମିତି।

ଏହି ଭାରତୀୟ ମହିଳା ଟ୍ରେନର ନିଜ ଫିଟ୍‌ନେସ ପାଇଁ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।ଲକ୍ଷ ଲକ୍ଷ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି ଏହି ମହିଳା ଟ୍ରେନର।

ସେ ନତାଶା ଔଘେ ନାଁରେ ପରିଚିତ। ନତାଶା ବିଶ୍ବର ସବୁଠୁ ସୁନ୍ଦର ଫିଟ୍‌ନେସ ଟ୍ରେନରଙ୍କ ମଧ୍ୟରୁ ଜଣେ। ୧୯୯୩ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ କନାଡାରେ ନତାଶାଙ୍କ ଜନ୍ମ ହୋଇଥିଲା।ଏହି ଫଟୋ ଦେଖିଲେ ତାଙ୍କ ଫିଟ୍‌ନେସ ବିଷୟରେ ଜଣା ପଡିବ ।

ଫିଟ୍‌ନେସ ଟ୍ରେନର ହେବା ସହ ନତାଶା ଜଣେ ମେକଅପ୍‌ ଆର୍ଟିଷ୍ଟ ଓ ମଡେଲ। ନିଜ ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ ପାଇଁ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି ନତାଶା। ଏବେ ନତାଶା ଇଣ୍ଟରନେଟ୍‌ର ସେନଶନ ପାଲଟିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ନତାଶା ସବୁବେଳେ ଆକ୍ଟିଭ ରୁହନ୍ତି।

କାରଣ ଏହା ଦ୍ବାରା ସେ ନିଜ ଫ୍ୟାନ୍ସଙ୍କ ସହ ଫିଟ୍‌ନେସ ଟିପ୍ସ ସେଆର କରନ୍ତି। କେବଳ ସେତିକି ନୁହଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସେ ଅନେକ ଆକର୍ଷକ ଓ ଫିଟ୍‌ ଦିଶୁଥିବା ଫଟୋ ମଧ୍ୟ ପୋଷ୍ଟ କରନ୍ତି। ଦର୍ଶକଙ୍କ ପାଇଁ ସେ ଇଣଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଫିଟ୍‌ ରହିବାର ଭିଡିଓ ଓ ଫଟୋ ସେଆର କରନ୍ତି।        

 

198 Views

   ସମ୍ବନ୍ଧିତ ଖବର